Odia News Portal

ସାଉଥ ଅଭିନେତା ବରୁଣ ତେଜଙ୍କୁ କରୋନା

ସାଉଥ ସୁପରଷ୍ଟାର ରାମ ଚରଣଙ୍କ ପରେ ଏବେ କରୋନାରେ ଆକ୍ରାନ୍ତ ହୋଇଛନ୍ତି ବରୁଣ ତେଜ କୋନିଡେଲା । ତେଲୁଗୁ ଅଭିନେତା ବରୁଣ ତେଜ କୋନିଡେଲାଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି। ଏନେଇ ନିଜେ ବରୁଣ ସୋସିଆଲ ମିଡ଼ିଆରେ ଏକ ପୋଷ୍ଟ ସେୟାର କରି ସୂଚନା ଦେଇଛନ୍ତି । ସେ ସୋସିଆଲ ମିଡିଆରେ ଫ୍ୟାନ୍ସଙ୍କୁ ସୂଚନା ଦେଇ କହିଛନ୍ତି ଯେ, କରୋନାର ପ୍ରାରମ୍ଭିକ ଲକ୍ଷଣ ଦେଖାଯିବା ପରେ ସେ କୋଭିଡ୍ ପରୀକ୍ଷା କରାଇଥିଲେ । ତାଙ୍କ ରିପୋର୍ଟ ପଜିଟିଭ୍ ଆସିଛି ।ଡାକ୍ତରଙ୍କ ପରାମର୍ଶ କ୍ରମେ ହାଇଦ୍ରାବାଦ ସ୍ଥିତ ନିଜ ଘରେ ଆଇସୋଲେସନରେ ଅଛନ୍ତି। ସମସ୍ତ ପଦକ୍ଷେପ ଗ୍ରହଣ କରୁଛି । ମୁଁ ଖୁବ୍ ଶୀଘ୍ର ଫେରିବି । ସମସ୍ତଙ୍କ ଭଲପାଇବା ପାଇଁ ମୁଁ କୃତଜ୍ଞତା ଜଣାଉଛି ବୋଲି ବରୁଣ କହିଛନ୍ତି।

ବରୁଣ ତେଜ କୋନିଡେଲା ଏବଂ ରାମ ଚରଣ ଏକାସଙ୍ଗେ ଖ୍ରୀଷ୍ଟମାସ ପାର୍ଟିରେ ସାମିଲ ହୋଇଥିଲେ । ଏହାପରେ ଉଭୟଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିଛି । ଏହି ପାର୍ଟିଟି ବରୁଣ ତେଜଙ୍କ ଭଉଣୀ ଦେଇଥିଲେ । ଯିଏ ନିକଟରେ ଅଭିନେତା ଚୈତନ୍ୟଙ୍କୁ ବିବାହ କରିଛନ୍ତି । ତେବେ ସୁପରଷ୍ଟାର ବରୁଣ ତେଜ କୋନିଡେଲା ସାଉଥ ଇଣ୍ଡଷ୍ଟ୍ରିର ଜଣେ ଚର୍ଚ୍ଚିତ ଅଭିନେତା ଅଟନ୍ତି | ସେ ତେଲୁଗୁ ଫିଲ୍ମ ମୁକୁନ୍ଦା, ଫିଦା,ଲୋଫର, ଥୋଲି ପ୍ରେମା ଆଦିରେ କାମ କରି ଦର୍ଶକଙ୍କ ମନ ଜିଣିଛନ୍ତି |