Odia News Portal

ଋିଲରେ ଅଧୁରା ରହିଗଲା ଦିଅର ଭାଉଜଙ୍କ ପ୍ରେମ

ଷ୍ଟାରପ୍ଲସର ଟେଲି ଧାରାବାହିକ ସିରିଏଲ ‘ଗୁମ୍‌ ହୈ କିସି କେ ପ୍ୟାର୍‌ ମେଁ’ରେ  ଲିଡ୍‌ ରୋଲରେ ଅଭିନୟ କରୁଥିବା ଅଭିନେତା ବିରାଟ ଓ ତାଙ୍କ ଭାଉଜ ହୋଇଥିବା ପାଖୀ ରିୟଲ୍‌ ଲାଇଫରେ ଖୁବ୍‌ଶୀଘ୍ର ବିବାହ କରିବାକୁ ଯାଉଛନ୍ତି। ରିଲ୍‌ର ଏହି ଦିଅର-ଭାଉଜ ଯୋଡି ରିଲ୍‌ ଲାଇଫ୍‌ରେ ସିନା ଏକ ହୋଇ ପାରିଲେନି । ହେଲେ ରିଅଲ୍‌ ଲାଇଫ୍‌ରେ ହାତକୁ ଦି ହାତ ହେବାକୁ ଯାଉଛନ୍ତି ।

ଆସନ୍ତା ୩୦ ତାରିଖରେ ଏହି ଅଭନେତା ନୀଲ ଭଟ୍ଟ ଏବଂ ଐଶ୍ୱର୍ଯ୍ୟା ଶର୍ମାଙ୍କ ବାଜିବାକୁ ଯାଉଛି ଶାହାନାଇ। ଏହି ଲଭ୍‌ ବାର୍ଡ ଉଜ୍ଜେଇନ୍‌ରେ ହିନ୍ଦୁ ରୀତିନୀତି ଅନୁଯାୟୀ ନେବେ ସାତ ଫେରା। ବିରାଟ ଓ ପାଖୀ ନାଁରେ ଘରେ ଘରେ ପରିଚିତ ହୋଇଥିବା ନୀଲ ଏବଂ ଐଶ୍ବର୍ଯ୍ୟା ବର୍ଷ ଆରମ୍ଭରେ ନିର୍ବନ୍ଧ କରି ନିଜ ଫ୍ୟାନ୍‌ମାନଙ୍କୁ ସର୍‌ପ୍ରାଇଜ ଦେଇଥିଲେ। ଏବେ ବର୍ଷ ୨୦୨୧ ଶେଷ ନହେବା ପୂର୍ବରୁ ବିବାହ କରିବାକୁ କରିବେ ବୋଲି ଘୋଷଣା କରି ଫ୍ୟାନ୍‌ସ ମାନଙ୍କୁ ଡବଲ୍‌ ସରପ୍ରାଇଜ୍‌ ଦେଇଛନ୍ତି।