Odia News Portal

ଅକ୍ଷୟଙ୍କ ବଡ ନିଷ୍ପତି, ଛାଡିବେ କାନାଡାର ନାଗରିକତ୍ୱ

ପରଷ୍ଟାର ଅକ୍ଷୟ କୁମାର ତାଙ୍କର ଅଭିନୟ ଯାଦୁରେ ଲୋକଙ୍କ ହୃଦୟରେ ଏକ ସ୍ବତନ୍ତ୍ରସ୍ଥାନ ପାଇଛନ୍ତି। ସେ ଏବେ ତାଙ୍କ ଆଗାମୀ ସିନେମା ‘ସେଲଫି’ର ପ୍ରମୋସନ ପାଇଁ ବ୍ୟସ୍ତ ଅଛନ୍ତି।

ଏହି ପ୍ରମୋସନ ସମୟରେ ଏକ ସାକ୍ଷାତକାରରେ ଅକ୍ଷୟ କହିଛନ୍ତି, ଭାରତ ମୋ ପାଇଁ ସବୁକିଛି। ଯାହାବି ରୋଜଗାର କରିଛି ଏହି ଭାରତରୁ। ଯେତେବେ‌ଳେ ବି ଲୋକମାନେ ମୋତେ ମୋର ନାଗରିକତ୍ବ ବିଷୟରେ ପଚାରନ୍ତି ମୋତେ ବହୁତ ଖରାପ ଲାଗିଥାଏ। ଖୁବଶୀଘ୍ର ମୁଁ କାନାଡାର ନାଗରିକତ୍ୱ ଛାଡ଼ିବାକୁ ଯାଉଛି।’

ଅକ୍ଷୟ କାନାଡାର ନାଗରିକତ୍ୱ ନେଇ କହିଛନ୍ତି, ୧୯୯୦-୨୦୦୦ ଦଶକର କଥା। ଏହି ସମୟରେ ମୋର ୧୫ ଫିଲ୍ମ ଅସଫଳ ରହିଥିଲା। ତେଣୁ ଅଭିନୟ ଛାଡ଼ି ଆଉ କିଛି କରିବାକୁ ସ୍ଥିର କରି  କାନାଡାରେ ଥିବା ବନ୍ଧୁଙ୍କ ସହିତ ଯୋଗାଯୋଗ କରିଥିଲି। ଆଉ କାନାଡା ଯିବାକୁ ସ୍ଥିର କରି ନାଗରିକତ୍ୱ ଲାଗି ଆବେଦନ କରିଥିଲି।

ଏହି ଆବେଦନ ପରେ ମୋର ଦୁଇଟି ସିନେମା ସୁପରହିଟ୍‌ ହୋଇଥିଲା। ଏହାପରେ ଭାରତ ଫେରି କାମ କରିବାକୁ ସ୍ଥିର କରିଥିଲି।  ଭାରତରେ ସଫଳତା ପାଇ ଚାଲିଥିଲି। ଆଉ କାନାଡାରେ ଥିବା ନାଗରିକତ୍ୱ ବଦଳାଇବାକୁ ଧ୍ୟାନ ଦେଇ ନଥିଲି। ପାସପୋର୍ଟ ବି ସେଠାକାର ରହିଯାଇଥିଲା। କିନ୍ତୁ ଏବେ କାନାଡ଼ାର ନାଗରିକତ୍ୱ ଛାଡ଼ିବାକୁ ସ୍ଥିର କରିଛି।’