Odia News Portal

ଛିଣ୍ଡିଲାନି ବର୍ଷା ଅନୁଭବ ବିବାଦ

କଟକ: ଓଲିଉଡ଼ ସୁପରଷ୍ଟାର ଅନୁଭବ ମହାନ୍ତି ଏବଂ ଓଲିଉଡ କୁଇନ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ଚାଲିଥିବା ବିବାଦର କୌଣସି ନିଷ୍କର୍ସ ବାହାରିନାହିଁ । ଉଭୟ ଉଭୟଙ୍କ ଉପରେ ଦୋଷାରୋପ କରିଥିବା ଦେଖିବାକୁ ମିଳିଛି । ଆଜି ଫ୍ୟମାିଲ କୋର୍ଟରେ ବିଚାର ଚାଲିଥିବା ବେଳେ କୌଣସି ସମାଧାନ ହୋଇନାହିଁ । ଅନୁଭବଙ୍କ ଓକିଲ ବର୍ଷାଙ୍କ ଉପରେ ଦୋଷ ଲଦିଛନ୍ତି । ସେ କହିଛନ୍ତି କି, ବର୍ଷା କେସ ଫାଇନାଲ ଲାଗି ସହଯୋଗ କରୁନାହାଁନ୍ତି । ତିନି ଘଣ୍ଟା ଧରି କାଉନସିଲରଙ୍କ ନିକଟରେ ହାଜର ହୋଇଥିଲେ ଉଭୟ । ପରେ ଅନୁଭବଙ୍କ ଓକିଲ ମଧସ୍ଥତା ବନ୍ଦ ପାଇଁ ଆବେଦନ କରିଥିଲେ । ମାମଲାରେ ବର୍ଷା ସହଯୋଗ କରୁନଥିବା ଅଭିଯୋଗ କରି ସେ ଏପରି ଆବେଦନ କରିଥିଲେ ।

ଅନ୍ୟ ପଟେ ବର୍ଷାଙ୍କ ଓକିଲ ଅଭିଯୋଗକୁ ଖଣ୍ଡନ କରିଛନ୍ତି । ଅଦାଲତର ସମସ୍ତ ନିର୍ଦ୍ଦେଶ ବର୍ଷା ପାଳନ କରୁଥିବା କହିଛନ୍ତି ଓକିଲ । ୨ ତିନୋଟି ସେସନରେ ମଧ୍ୟସ୍ଥତା ସରେ ନାହିଁ । ବର୍ଷା ନୁହେଁ ଆଗରୁ ଅନୁଭବ ଆସୁନଥିଲେ । ଏବେ ଦୁଇ ତିନିଟା ତାରିଖ ହେଲା ଅନୁଭବ ଆସୁଛନ୍ତି । ଆପୋଷ ସମାଧାନ ପାଇଁ ଆଶାବାଦୀ ଅଛନ୍ତି ବୋଲି ବର୍ଷାଙ୍କ ଓକିଲ କହିଛନ୍ତି ।