Odia News Portal

ବିଗ୍ବସର ଗୁମର ଖୋଲିଲେ ଅନୁପ ଜଲୋଟା

ଗତ ରବିବାର ବିଗ୍ବସ୍ ଘରୁ ବାହାରିଥିଲେ ପ୍ରତିଯୋଗୀ ସବା ଖାନ୍ ଏବଂ ଭଜନ ସମ୍ରାଟ ଅନୁପ ଜଲୋଟା । ଘରୁ ବାହାରିବା ପରେ ସେ ତାଙ୍କର ଏବଂ ଜସ୍ଲୀନ୍ଙ୍କୁ ନେଇ ଉଠିଥିବା ଅନେକ ପ୍ରଶ୍ନର ଉତ୍ତର ରଖିଥିଲେ । ଜସ୍ଲୀନ୍ଙ୍କ ସହ ତାଙ୍କର ପ୍ରେମ ସଂପର୍କ ମିଛ ଏବଂ ସୋ’ ପାଇଁ ଏପରି କରାଯାଇଥିଲା ବୋଲି ଅନୁପ୍ କହିଥିଲେ ମଧ୍ୟ କେହି ଏହି କଥାକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି । ଖାଲି ଭାରତର ଦର୍ଶକମାନେ ନୁହନ୍ତି ଭଜନ ସମ୍ରାଟଙ୍କ ପରିବାର ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିଥିବା ଦେଖାଯାଇଛି ।
ସୂଚନା ମୁତାବକ, ଭଜନ ସମ୍ରାଟ ବିଗ୍ ବସ୍ ଘରକୁ ବାହାରି ସିଧା ନିଜ ଘରେ ଯାଇ ପହଞ୍ଚିଥିଲେ। ଘରେ ପହଞ୍ଚିବା ପରେ ତାଙ୍କର ହାଲ୍ଚାଲ୍ ପଚାରିବା ପରିବର୍ତ୍ତେ ଏ ଜସ୍ଲୀନ୍ କିଏ? ବୋଲି ପ୍ରଶ୍ନ କରିଥିଲେ ଅନୁପ ଜଲୋଟାଙ୍କ ୮୫ବର୍ଷୀୟା ମା’ । ମା’ଙ୍କଠାରୁ ଏହି ପ୍ରଶ୍ନ ଶୁଣି ଭଜନ ସମ୍ରାଟ ଚମକି ପଡ଼ିଥିବା ବେଳେ ଏହାର ମିଥ୍ୟା ପ୍ରଚାର ବୋଲି କହିଥିଲେ । ନିଜ ମା’ଙ୍କ ଏହି ପ୍ରଶ୍ନ ବିଷୟରେ ଏକ ସାକ୍ଷାତକାରରେ ଯୋଗ ଦେଇ ସମସ୍ତଙ୍କୁ ଜଣାଇଥିଲେ ଅନୁପ ଜଲୋଟା ।