Odia News Portal

ରୋମାନ୍ସ କରୁଥିଲେ ଆୟୁଷ୍ମାନ, ଧରିଲା ପୋଲିସ

ଧରାପଡିଲେ ବଲିଉଡ ଅଭିନେତା ଆୟୁଷ୍ମାନ ଖୁରାନା। ଲୁଚା ଛପରେ ଚାଲିଥିଲା ପ୍ରେମ। ଚଣ୍ଡିଗଡରେ ସେ ଡେଟିଂ କରୁଥିଲେ। ହେଲେ ଏହି ସମୟରେ ହଠାତ ପୁଲିସ ଆସି ତାଙ୍କୁ ଧରିଛି।

ପ୍ରକୃତରେ ତାଙ୍କ ଅପକମିଂ ଫିଲ୍ମ ‘ଚଣ୍ଡିଗଡ କରେ ଆଶିକି’ ଏକ ରୋମାଣ୍ଟିକ ସିନ୍‌ର ସୁଟିଂ କରୁଥିଲେ ଆୟୁଷ୍ମାନ ଏବଂ ଅଭିନେତ୍ରୀ ବାଣୀ କପୁର। ଏହି ସମୟରେ ଚଣ୍ଡିଗଡରେ ଜଣେ ପୁଲିସ ଅଧିକାରୀ ଆସି ତାଙ୍କୁ ଧରିଥିଲା। କେବଳ ସେତିକି ନୁହେଁ ଦୁହିଁଙ୍କୁ ଜେରା ମଧ୍ୟ କରିଥିଲେ। ଏନେଇ ନିକଟରେ ଆୟୁଷ୍ମାନ ନିଜେ ଖୁଲାସା କରିଛନ୍ତି।

ଫିଲ୍ମ ‘ଚଣ୍ଡିଗଡ କରେ ଆଶିକି’ର ଟ୍ରେଲର ଲଞ୍ଚ ଇଭେଣ୍ଟ ବେଳେ ଆୟୁଷ୍ମାନ ଏ ସମସ୍ତ ଘଟଣାର ଖୁଲାସା କରିଛନ୍ତି। ସେ କହିଛନ୍ତି, ଚଣ୍ଡିଗଡରେ ଯଦି କୌଣସି ପୁଲିସ ଅଫିସର ଦମ୍ପତିଙ୍କୁ ରୋମାନ୍ସ କରିବା ଦେଖିନିଅନ୍ତି ତେବେ ତାଙ୍କୁ ଛାଡନ୍ତି ନାହିଁ। ସୁଟିଂ ବେଳେ ଆମକୁ ମଧ୍ୟ କିଛି ଏଭଳି ହିଁ ପରିସ୍ଥିତିର ସାମ୍ନାକୁ କରିବାକୁ ପଡିଥିଲା। ପୁଲିସ ଅଧିକାରୀ ଜଣକ ଆମ ପାଖକୁ ଆସି ଆମକୁ ଜେରା କରିଥିଲା। ତେଣୁ ଚଣ୍ଡିଗଡରେ ଆଶିକି କରିବା ଟିକେ ମୁସ୍‌କିଲ୍‌ ବୋଲି ସେ କହିଛନ୍ତି।