Odia News Portal

‘କୁଲି ନମ୍ବର-୧’ର ପ୍ରମୋସନରେ ବ୍ୟସ୍ତ ବରୁଣ-ସାରା

ଅପକମିଂ ଫିଲ୍ମ ‘କୁଲି ନମ୍ବର-୧’ର ପ୍ରମୋସନରେ ବ୍ୟସ୍ତ ଅଛନ୍ତି ବରୁଣ-ସାରା। ଏହି ସମୟରେ ଅଭିନେତ୍ରୀ ସାରା ତାଙ୍କ କୋ-ଷ୍ଟାର ବରୁଣଙ୍କ ସହ ଅନେକ ନୂଆ ପୁରୁଣା ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ତେବେ ଗତକାଲି ଆମାଜନ ପରିମେ ଭିଡ଼ିଓରେ ରିଲିଜ ହେବାକୁ ଯାଉଛି ଫିଲ୍ମ ‘କୁଲି ନମ୍ବର-୧’। ଏଥିରେ ବରୁଣ ଧୱନ ଓ ସାରା ଅଲ୍ଲି ଖାନ ଲିଡ ରୋଲରେ ଅଛନ୍ତି । ‘କୁଲି ନମ୍ବର-୧’ଫିଲ୍ମଟି ଦର୍ଶକଙ୍କୁ କମେଡି,ଟ୍ରାଜେଡି ସହ ନନଷ୍ଟପ୍ ଇଣ୍ଟରଟେନମେଣ୍ଟର ଖୋରାକ୍ |

ଏହି ଫିଲ୍ମଟି ଗୋବିନ୍ଦାଙ୍କ ଫିଲ୍ମ ‘କୁଲି ନମ୍ବର-୧’ର ରିମେକ୍‌। ସେପଟେ ସାରା ଅଲ୍ଲୀ ଖାନ୍ ଏହି ଫିଲ୍ମ ପରେ ତାଙ୍କ ଅପକମିଂ ଫିଲ୍ମ ‘ଅତରଙ୍ଗୀ ରେ’ର ଶୁଟିଂରେ ବ୍ୟସ୍ତ ଅଛନ୍ତି। ଏଥିରେ ଅକ୍ଷୟ କୁମାର ଓ ଧନୁଷଙ୍କ ସହ ସେ ପ୍ରଥମ ଥର ନଜର ଆସିବେ ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍। ସେହିପରି ବରୁଣ ଧୱନ ମଧ୍ୟ କରୋନାରୁ ସୁସ୍ଥ ହେବା ପରେ ତାଙ୍କ ଅପକମିଂ ପ୍ରୋଜେକ୍ଟ ‘ଯୁଗ ଯୁଗ ଜିୟୋ’ର ଶୁଟିଂ ସେଟ୍‌କୁ ଫେରିଛନ୍ତି । ଏହି ଫିଲ୍ମରେ ଅନୀଲ କପୁର, ନୀତୁ କପୁର ଓ କିଆରା ଆଡଭାନୀ ପ୍ରମୁଖ ଲିଡ୍‌ ରୋଲରେ ଅଛନ୍ତି।