Odia News Portal

ଗୋଟିଏ ଫିଲ୍ମରେ ନଜର ଆସିବେ ଚିରଞ୍ଜିବ ଓ ସଲମାନ

ମୁମ୍ବାଇ: ଦର୍ଶକଙ୍କ ଲାଗି ରହିଛି ନିଆରା ଉପହାର । ଗୋଟେପଟେ ସାଉଥ ସୁପରଷ୍ଟାର ଚିରଞ୍ଜିବ ଏବଂ ଆଉ ଗୋଟେ ପଟେ ବଲିଉଡର ଦବଙ୍ଗ ଷ୍ଟାର ସଲମାନ ଖାନ୍ । ଯଦି ଏହି ୨ ମହାରଥୀ ପରଦାରେ ଏକାଠି ନଜର ଆସିବେ ତେବେ ଏହା ଫ୍ୟାନ୍ସମାନଙ୍କ ପାଇଁ କୌଣସି ଉପହାରଠୁ କମ ନୁହେଁ । ବାସ୍ତବରେ ନିକଟରେ ଶୁଣିବାକୁ ମିଳିଥିଲା କି ତେଲୁଗୁ ଷ୍ଟାର ଚିରଞ୍ଜିବ ସୁପରହିଟ ମଲୟାଲମ ଫିଲ୍ମ ‘ଲୁସିଫର’ର ରିମେକ କରିବାର ନିଷ୍ପତି ନେଇଛନ୍ତି । ଖୁବଶୀଘ୍ର ଏହାର ସୁଟିଂ ଆରମ୍ଭ ହୋଇପାରେ । ଏବେ ଶୁଣିବାକୁ ମିଳୁଛି କି ଫିଲ୍ମରେ ବଲିଉଡ ସୁପରଷ୍ଟାର ସଲମାନ ଖାଁ ମଧ୍ୟ ନଜରକୁ ଆସିବେ ।
ରିପୋର୍ଟ ମୁତାବକ, ଲୁସିଫରର ହିନ୍ଦୀ ରିମେକରେ ଲିଡ୍ ରୋଲରେ ଚିରଞ୍ଜିବ ନଜର ଆସିବାକୁ ଥିବା ବେଳେ ସଲମାନ ଖାନ୍ ଏକ ସ୍ପେଶାଲ ରୋଲରେ ନଜରକୁ ଆସିବେ । ଅବଶ୍ୟ ଏନେଇ କୌଣସି ଅଫିସିଆଲ ବୟାନ ସାମ୍ନାକୁ ଆସିନାହିଁ । ତଥାପି ଉଭୟ ଗୋଟିଏ ଫିଲ୍ମରେ ନଜର ଆସିବେ ବୋଲି ଚର୍ଚ୍ଚା ହେଉଛି ।