Odia News Portal

ସରଳ ଦୟାବେନଙ୍କ ବୋଲ୍ଡ ଭିଡ଼ିଓ ଭାଇରାଲ

ମୁମ୍ବାଇ: ସୋନି ସବରେ ପ୍ରସାରିତ ହେଉଥିବା କମେଡ଼ି ସିରିଏଲ ଉଲଟା ଚଷମାର ଦୟାବେନଙ୍କ ସରଳ ପଣିଆଁ ସମସ୍ତଙ୍କ ବେଶ ଭଲ ଭାବରେ ଜଣା । ସିରିଏଲରେ ବେଶ ସରଳ ଭୂମିକାରେ ଅଭିନୟ କରି ଘରେ ଘରେ ପରିଚିତ ଏହି ଅଭିନେତ୍ରୀ । ତେବେ କିଛିଦିନ ହେବ ଏହି ସିରିଏଲରେ ନଜର ଆସୁ ନଥିବା ଦୟାବେନଙ୍କୁ ର୍ଦାକେ ବେଶ ଖୋଜୁଥିବା ଦେଖିବାକୁ ମିଳିଛି । ତେବେ ନିକଟରେ ଏକ ବୋଲ୍ଡ ଭିଡିଓରେ ନଜର ଆସିଛନ୍ତି ଦୟାବେନ । ଯାହାର ଭିଡ଼ିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।

ସୋସିଆଲ ମିଡିଆରେ ଦ୍ରୂତ ଗତିରେ ଭାଇରାଲ ହେଉଛି ଦିଶାଙ୍କ ଏହି ଭିଡିଓ । ଏହି ଭିଡିଓକୁ ଫ୍ୟାନ୍ସମାନେ ଖୁବ୍ ପସନ୍ଦ ମଧ୍ୟ କରୁଛନ୍ତି । ଏହି ଥ୍ରୋବ୍ୟାକ ଭିଡିଓରେ ଦିଶା ‘ଦରିଆ କିନାରେ ଏକ ବଙ୍ଗଲା’..ଗୀତରେ ହଟ୍ ଡ୍ୟାନ୍ସ କରୁଥିବାର ନଜର ଆସୁଛନ୍ତି । ଦିଶାଙ୍କ ଏଭଳି ଷ୍ଟାଇଲକୁ ଦେଖି ପ୍ରଶଂସକମାନେ ମଧ୍ୟ ଖୁବ୍ ପସନ୍ତ କରୁଛନ୍ତି । ତାଙ୍କର ଫେମସ ଡାଇଲଗ୍ ‘ହେ ମାତା ଜୀ’ ମଧ୍ୟ ଖୁବ୍ ପ୍ରସିଦ୍ଧ । କିନ୍ତୁ ଆପଣ ଜାଣିଛନ୍ତି କି ସୋ’ରେ ସରଳ ବୋହୂ ଭୂମିକାରେ ଅଭିନୟ କରୁଥିବା ଦିଶା ବାସ୍ତବରେ ସମ୍ପର୍ଣ୍ଣ ଓଲଟା । ସେ ଦେଖିବାକୁ ଖୁବ୍ ବୋଲ୍ଡ । ବାସ୍ତବରେ, ଦିଶାଙ୍କ ଏକ ବୋଲ୍ଡ ଡ୍ୟାନ୍ସ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।