Odia News Portal

୧୭ ବର୍ଷ ବୟସରେ ଗର୍ଭବତୀ ହୋଇଥିଲେ ଏହି ଅଭିନେତ୍ରୀ

ଅଭିନେତ୍ରୀ ଡିମ୍ପଲ କାପଡିୟା ୧୬ ବର୍ଷ ବୟସରେ ପରଦାରେ ପାଦ ଦେଇଥିଲେ। ୧୯୭୩ ମସିହାରେ ରାଜ କପୁର ତାଙ୍କୁ ଲଂଚ କରିଥିଲେ। ବବି ଫିଲ୍ମରେ ଅଭିନୟ କରି ହିଟ୍ ହୋଇଥିଲେ ଡିମ୍ପଲ। ଫିଲ୍ମ ଇଣ୍ଡଷ୍ଟ୍ରିରେ ପାଦ ଦେବା ପରେ ସେ ୧୭ ବର୍ଷ ବୟସରେ ଅଭିନେତା ରାଜେଶ ଖନ୍ନାଙ୍କୁ ବିବାହ କରିଥିଲେ।

ସେହି ବର୍ଷରେ ସେ ଗର୍ଭବତୀ ମଧ୍ୟ ଥିଲେ। ଡିମ୍ପଲ ଟୁଇଙ୍କିଲ ଖନ୍ନାଙ୍କୁ ଜନ୍ମ ଦେଇଥିଲେ। ଡିମ୍ପଲ ଆସିବା ପରେ ସେ ବଲିଉଡଠୁ କିଛି ବର୍ଷ ଯାଏଁ ବ୍ରେକ୍ ନେଇଥିଲେ। ୧୯୮୪ ମସିହାରେ ରାଜେଶ ଓ ତାଙ୍କ ସମ୍ପର୍କ ବିଚ୍ଛେଦ ହୋଇଥିଲା। ପରବର୍ତ୍ତି ସମୟରେ ସେହି ବର୍ଷ ସେ ବଲିଉଡରେ କମ୍ ବ୍ୟାକ୍ କରିଥିଲେ। ୧୯୮୫ ମସିହାରେ ଡିମ୍ପଲଙ୍କ ଫିଲ୍ମ ସାଗର ବ୍ଲକ୍ବଷ୍ଟର ହିଟ୍ ହୋଇଥିଲା।