Odia News Portal

ସ୍କୁଲ ଡେଇଁନ. କିନ୍ତୁ ଡାକ୍ତରୀ ଛାତ୍ର


ସ୍କୁଲ ଡେଇଁନି, କିନ୍ତୁ ଫେସବୁକ, ଟ୍ୱିଟର, ଇନଷ୍ଟାଗ୍ରାମ, ଡେଟିଂ ଓ ମାଟ୍ରିମୋନି ସାଇଟ ପ୍ରୋଫାଇଲରେ ଏମକେସିଜିରେ ପଢୁଥିବା ଡାକ୍ତରୀ ଛାତ୍ର ବୋଲି ଲେଖୁଥିଲା । ସୁଟ ବୁଟ ପିନ୍ଧା ଏମିତିକା ଫଟୋ ଛାଡୁଥିଲା ଯେ କାହାର ବି ସନ୍ଦେହ ହେବନି । ନିଜକୁ ବଡ ପରିବାରର ପିଲା କହି ଅନେକ ଝିଅହ୍କ ସହ ଚାଟିଂ କରୁଥିଲା । ଆଉ ଯିଏ ତା ପାଲରେ ଫସିଲା ବୁଲିବା ଡେଟିଂ ବାହାନାରେ ମାରୁଥିଲା ଚୂନା ।
ଯୁବତୀ ଡ୍ରେସ୍ ଟ୍ରାଏଲ ପାଇଁ ଗଲା ବେଳେ ତାଙ୍କ ପର୍ସ, ମୋବାଇଲ୍ ଧରି ସେଠାରୁ ଅନ୍ତର୍ଧ୍ୟାନ ହୋଇଯାଉଥିଲା । ସେମିତି ବଡ଼ ବଡ଼ ହୋଟେଲ, ରେସ୍ତୋରାଁକୁ ଯୁବତୀଙ୍କୁ ଖୁଆଇବା ବାହାନାରେ ନେଉଥିଲା। ଯୁବତୀ ୱାସ୍ରୁମ୍ରୁ ଫେରିବା ବେଳକୁ ତାଙ୍କ ମୋବାଇଲ୍, ପର୍ସ, ସୁନା, ଟଙ୍କା ନେଇ ପଳାଉଥିଲା । ଏମିତି ଅନେକ ଯୁବତୀଙ୍କୁ ପ୍ରେମଜାଲରେ ଫସାଇ ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଇଥିବା ଜଣେ ଧୂର୍ତ୍ତକୁ ସହିଦନଗର ଥାନା ପୁଲିସ ଗିରଫ କରିଛି। ସେ ହେଲା, କଟକ ବଡ଼ମ୍ବା ଅଞ୍ଚଳର ପ୍ରଭାସ ଦାସ । ପୁଲିସ ତା’ଠାରୁ ୪ଟି ଦାମୀ ମୋବାଇଲ୍ ଜବତ କରିଛି। ସେ ଏମିତି କରି କେତେ ଯୁବତୀଙ୍କୁ ଓ କେତେ ଟଙ୍କା ଚୋରି କରିଛି, ପୁଲିସ ତାକୁ ପଚରାଉଚରା କରୁଛି ।