Odia News Portal

ବଢ଼ିଲା ବର୍ଷା ଅନୁଭବ ବିବାଦ, ଫ୍ୟାମିଲକୋର୍ଟରେ ହାଜର ହେଲେ ଉଭୟ

କଟକ: ଫ୍ୟାମିଲ କୋର୍ଟରେ ହାଜର ହୋଇଛନ୍ତି ଷ୍ଟାର କପୁଲ ବର୍ଷା ଏବଂ ଅନୁଭବ । ମଧ୍ୟସ୍ଥତା ଗୃହରେ ଉଭୟ ଆଜି ହାଜର ହୋଇଥିବା ଦେଖିବାକୁ ମିଳିଛି । ତେବେ ଆସନ୍ତା ୧୪ ତାରିଖରେ ଘଟଣାର ବିଚାର ହେବା ନେଇ ସୂଚନା ମିଳିଛି । ତେବେ ଉଭୟଙ୍କ ବିବାଦକୁ ଦୀର୍ଘଦିନ ହୋଇଥିଲେ ସୁଦ୍ଧା କୌଣସି ନିସ୍କର୍ସ ବାହାରିନାହିଁ । ଗତକାଲି ପୁରୀଘାଟ ଥାନାରେ ଅନୁଭବ ଏକ ମାମଲା ରୁଜ କରିଥିବା ମଧ୍ୟ ଦେଖିବାକୁ ମିଳିଥିଲା । ଘର ସାମନାରେ ହେଲମେଣ୍ଟ ପିନ୍ଧି ବହୁ ଅଜଣା ଲୋକ ବୁଲୁଥିବା ସେ ଅଭିଯୋଗରେ ଦର୍ଶାଇଥିଲେ ।