Odia News Portal

‘ବ୍ରହ୍ମାସ୍ତ୍ର’ର ନୂଆ ଟ୍ରେଲର ରିଲିଜ୍

ରଣବୀର ଓ ଆଲିଆଙ୍କ ଫିଲ୍ମ ‘ବ୍ରହ୍ମାସ୍ତ୍ର’ ସେପ୍ଟେମ୍ବର ୯ରେ ଫିଲ୍ମି ପରଦାକୁ ଆସିବା ପାଇଁ ପ୍ରସ୍ତୁତ ହୋଇଛି। ଯଦିଓ ରିଲିଜ୍‌ ପୂର୍ବରୁ ହିଁ ଫିଲ୍ମକୁ ବୟକଟ୍‌ କରାଯିବାକୁ ଦାବି ହୋଇ ଆସୁଛି, ଯାହାକୁ ଦେଖି ନିର୍ମାତାଙ୍କ ଚିନ୍ତା ବଢ଼ି ଯାଇଛି। ବାସ୍ତବରେ, ଫିଲ୍ମ ବ୍ରହ୍ମାସ୍ତ୍ର, ନିର୍ଦ୍ଦେଶକ ଅୟାନ ମୁଖାର୍ଜୀଙ୍କ ପାଇଁ ବହୁତ ଖାସ୍‌ ରହିଛି। ଏମିତିରେ ନିର୍ମାତା ଏହି ଫିଲ୍ମରେ ଅନେକ ପଇସା ଏବଂ ସମୟ ଉପଯୋଗ କରିଛନ୍ତି। ଯଦି ବ୍ରହ୍ମାସ୍ତ୍ର ବି ବୟକଟ୍‌ ଟ୍ରେଣ୍ଡ୍‌ର ଶିକାର ହୁଏ, ତେବେ ଫିଲ୍ମକୁ ଖୁବ୍‌ କ୍ଷତି ସହିବାକୁ ପଡ଼ିବ।

ଗୁରୁଜୀର ଚରିତ୍ରରେ ଅମିତାଭ ଶିବ ହୋଇଥିବା ରଣବୀର କପୁରଙ୍କୁ ମାନବତାର ବିନାଶର ଚେତାବନୀ ଦେଉଛନ୍ତି ଏବଂ ‘ବ୍ରହ୍ମାସ୍ତ୍ର’ର ତିନି ଭାଗକୁ ଯୋଡ଼ିବାକୁ ଅଟକାଉଛନ୍ତି ।

କିନ୍ତୁ ଖଳନାୟକ ମୋନୀ ରାୟ ହଜିଯାଇଥିବା ଖଣ୍ଡକୁ ବହୁ ଖୋଜିଛନ୍ତି, ଏହି ପରିପ୍ରେକ୍ଷୀରେ ସେ ଭଗବାନ ବ୍ରହ୍ମାଙ୍କୁ ସ୍ବୟଂ ତାଙ୍କୁ ସାହାଯ୍ୟ କରିବା ଲାଗି ମଧ୍ୟ କହୁଛନ୍ତି । ଟ୍ରେଲରରେ ଦେଖାଯାଉଛି କି ଶିବଙ୍କୁ ‘ବ୍ରହ୍ମାସ୍ତ୍ର’ର ଶେଷ ଖଣ୍ଡକୁ ସୁରକ୍ଷିତ ରଖିବାକୁ ମହତ୍ବପୂର୍ଣ୍ଣ କାର୍ଯ୍ୟ ଦିଆଯାଇଛି । ସେ ଖଳନାୟକକୁ ଦୂରେଇ ରଖିବାକୁ ନିଜ ଘାତକ ଶକ୍ତିର ବ୍ୟବହାର କରୁଥିବା ଦେଖାଯାଉଛି । ଏଥିରେ ରଣବୀର କପୁରଙ୍କ ଆକ୍ସନ ସମସ୍ତଙ୍କୁ ପସନ୍ଦ ଆସୁଛି ଏବଂ ସେ କମେଣ୍ଟ କରି ନିଜ ରୋମାଞ୍ଚିତ ଏବଂ ଉତ୍ସୁକତା ଜାହିର କରୁଛନ୍ତି ।