Odia News Portal

୪୯ବୟସରେ ଗୋବିନ୍ଦା କାହିଁକି କଲେ ଦ୍ବିତୀୟ ବିବାହ, ଜାଣନ୍ତୁ

ମୁମ୍ବାଇ()  ଗୋବିନ୍ଦାଙ୍କ ଫିଲ୍ମ ରିଲିଜ ହେବା ମାତ୍ରକେ ହଲରେ ଦର୍ଶକଙ୍କ ଭିଡ଼ ଲାଗି ରହିଥାଏ। ଗୋବିନ୍ଦଙ୍କ କମେଡି ଟାଇମିଂ ସେନ୍ସ ସମସ୍ତଙ୍କଠାରୁ ଭିନ୍ନ । ଗୋବିନ୍ଦାଙ୍କ ଅଭିନୀତ କମେଡି ଫିଲ୍ମ ଦର୍ଶକଙ୍କ ପାଖରେ ବେଶ ଆଦୃତ ଲାଭ କରିଛି। ଗୋବିନ୍ଦାଙ୍କ ଦ୍ବିତୀୟ ବିବାହକୁ ନେଇ ଦର୍ଶକଙ୍କ ମନରେ ଲାଗି ରହିଥିବା ଦ୍ବନ୍ଦର ପର୍ଦ୍ଦାଫାଶ ହୋଇଛି । ଗୋବିନ୍ଦା ଇଣ୍ଡିଆ ଟିଭିର ପ୍ରସାରିତ ‘ଆପ୍ କି ଅଦାଲତ’ ‘ସୋ’ରେ ସେ ନିଜେ ଏହାର ପର୍ଦ୍ଦାଫାଶ କରିଛନ୍ତି।

ଗୋବିନ୍ଦା କହିଛନ୍ତି, ତାଙ୍କ ମାଆଙ୍କ କଥାନୁସାରେ ସେ ଦ୍ବିତୀୟ ବିବାହ କରିଛନ୍ତି। ୪୯ ବର୍ଷରେ ସେ ଦ୍ବିତୀୟ ବିବାହ କରନ୍ତୁ ବୋଲି ତାଙ୍କ ମାଆଙ୍କ ଇଚ୍ଛା ଥିଲା। ତେଣୁ ସେ ସୁନୀତାଙ୍କୁ ଦ୍ବିତୀୟ ବିବାହ କରିଥିଲେ ବୋଲି ସେ କହିଛନ୍ତି।

ଗୋବିନ୍ଦା କହିଛନ୍ତି, ସୁନୀତାଙ୍କ ସହ ପ୍ରଥମ ଦେଖାରେ ତାଙ୍କ ହାତରେ ମୋ ହାତ ବାଜି ଯାଇଥିଲା। ସେହିଦିନ ଠାରୁ ପରସ୍ପର ମଧ୍ୟରେ କେହି କାହାର ହାତ ଛାଡି ନାହାନ୍ତି ।