Odia News Portal

ବିବାହ ବନ୍ଧନରେ ବାନ୍ଧିହେଲେ ଗୁଡ଼ୁ

ଭୁବନେଶ୍ୱର: ଓଲିଉଡ଼ ହାସ୍ୟ ଅଭିନେତା ଗୁଡୁ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ନିଜର ବାନ୍ଧବୀ ମାମାଙ୍କୁ ବିବାହ କରିଛନ୍ତି ଗୁଡୁ । ଆମ୍ଫୋଇରେ ଗୁଡୁଙ୍କ ବିବାହ ହୋଇଛି । ସେ ମାମାଙ୍କ ମଥାରେ ସିନ୍ଦୁର ଦେଇ ପତ୍ନୀ ଭାବରେ ଗ୍ରହଣ କରିଛନ୍ତି । କହି ରଖୁଛୁ କି, ଅନେକ ଗୁଡ଼ିଏ ଓଡ଼ିଆ ଫିଲ୍ମ, ଆଲବମ୍‌, ସିରିଏଲରେ ଅଭିନୟ କରି ଦର୍ଶକଙ୍କ ମନ ମୋହିଛନ୍ତି ଗୁଡୁ । ତରଙ୍ଗରେ ପ୍ରସାରିତ ପପୁ ପମପମଙ୍କ ସହ ଫାଲତୁ କଥାରେ ପ୍ରଥମେ ନଜରକୁ ଆସି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ଗୁଡୁ ।