Odia News Portal

ହଲିଉଡରେ ଆକର୍ଷକ ଫିଗର ପାଇଁ ପରିଚିତ ଏହି ଅଭିନେତ୍ରୀ,ଜାଣନ୍ତି କିଏ ?

ହଲିଉଡରେ ଅନେକ ଏମିତି ଅଭିନେତ୍ରୀ ଅଛନ୍ତି ଯିଏ ନିଜ ଫିଗର ଓ ଫିଟନେସ ପାଇଁ ଚର୍ଚ୍ଚାରେ ରୁହନ୍ତି। ତେବେ ଜାଣନ୍ତୁ ଏମିତି ଏକ ଅଭିନେତ୍ରୀ ବିଷୟରେ ଯିଏ ନିଜ ଫିଗର ଓ ଫିଟନେସ ପାଇଁ ପୁରା ବିଶ୍ୱରେ ଫେମସ।

ଏହି ଅଭିନେତ୍ରୀ ଦେଖିବା ପାଇଁ ମଧ୍ୟ ଖୁବ୍ ସୁନ୍ଦର। ଏରିଅଲ ୱିଣ୍ଟର ନାମକ ଏହି ଅଭିନେତ୍ରୀ ଅଧିକାଂଶ ସମୟ ଚର୍ଚ୍ଚାରେ ଥାନ୍ତି। ୧୯୯୮ ମସିହା ଜାନୁଆରୀ ମାସ ୨୮ ତାରିଖ ଆମେରିକାରେ ତାଙ୍କ ଜନ୍ମ ହୋଇଥିଲା। ଏରିଅଲଙ୍କୁ ଏବେ ୨୦ ବର୍ଷ। ବହୁତ କମ ବୟସରେ ସେ ଲୋକପ୍ରିୟତା ହାସଲ କରିଛନ୍ତି। ନିଜର ଏକ ଭିନ୍ନ ପରିଚୟ ତିଆରି କରିବାରେ ସଫଳ ହୋଇଛନ୍ତି ଏରିଅଲ।
ଏରିଅଲ ଜଣେ ମଡେଲ, ଅଭିନେତ୍ରୀ ଓ ଗାୟିକା। ହଲିଉଡର ଅନେକ ଫିଲ୍ମ ତଥା ଟିଭି ସିରିଜ୍ରେ ସେ ଅଭିନୟ କରିଛନ୍ତି। ଏହା ସହ ସେ ଅନେକ ଷ୍ଟେଜ ସୋରେ ମଧ୍ୟ ପରଫର୍ମ କରିଛନ୍ତି। ଏରିଅଲ ସବୁବେଳେ ନିଜ ବୋଲ୍ଡ ଲୁକ୍ ପାଇଁ ଚର୍ଚ୍ଚାରେ ଥାନ୍ତି। ଇଣଷ୍ଟାଗ୍ରାମରେ ତାଙ୍କୁ ୪ ମିଲିୟନରୁ ଅଧିକ ଫାନ ଫଲୋ କରନ୍ତି। କେବଳ ସେତିକି ନୁହଁ ଗୁଗୁଲରେ ମଧ୍ୟ ତାଙ୍କୁ ବହୁତ ସର୍ଚ୍ଚ କରାଯାଏ।