Odia News Portal

ଫିଲ୍ମ ‘ଥଲାଇଭି’ ରିଲିଜ୍ ପୂର୍ବରୁ ଜୟଲଳିତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ କଙ୍ଗନା ରଣାୱତ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ ଏବେ ତାଙ୍କ ଫିଲ୍ମ ‘ଥଲାଇଭି’ କୁ ନେଇ ଚର୍ଚ୍ଚାରେ ଅଛନ୍ତି । କଙ୍ଗନାଙ୍କ ଏହି ଫିଲ୍ମଟି ଜୟଲଳିତାଙ୍କ ଜୀବନ ଉପରେ ଆଧାରିତ । ଯାହା ଖୁବ୍ ଶୀଘ୍ର ରିଲିଜ୍ ହେବାକୁ ଯାଉଛି । ଫିଲ୍ମଟିକୁ ଦେଖିବା ପାଇଁ ଫ୍ୟାନ୍ସମାନେ ଉତ୍ସାହର ସହ ଅନେଇ ବସିଛନ୍ତି । ସେପଟେ ଫିଲ୍ମଟି ରିଲିଜ୍ ହେବା ପୂର୍ବରୁ ଚେନ୍ନାଇରେ ସ୍ଥିତ ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ପ୍ରତିମୂର୍ତ୍ତି ଉପରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିବାର ନଜରକୁ ଆସିଛନ୍ତି କଙ୍ଗନା । ଯାହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଶ୍ରଦ୍ଧାଳଞ୍ଜଳୀ ଅର୍ପଣ କରିବା ସମୟରେ କଙ୍ଗନା ଅରେଞ୍ଜ ଏବଂ ଗୋଲ୍ଡେନ କଲରର ଶାଢୀ ପିନ୍ଧିଥିବାର ନଜରକୁ ଆସିଛନ୍ତି । ଏହାସହିତ ବେକରେ ଚୋକର ଏବଂ ମୁଣ୍ଡରେ ଖୋସା କରି ଫୁଲ ଲଗାଇଛନ୍ତି ।

ସୂଚନାଯୋଗ୍ୟ, କରୋନା ପାଇଁ କଙ୍ଗନାଙ୍କ ଫିଲ୍ମ ଥଲାଇଭିର ରିଲିଜ ଡେଟ ଅନେକ ଥର ଘୁଞ୍ଚି ସାରିଛି । ନିକଟରେ କଙ୍ଗନା ତାଙ୍କ ସୋସିଆଲ ମିଡିଆ ଜରିଆରେ ସୂଚନା ଦେଇଥିଲେ କି ଫିଲ୍ମଟି ୧୦ ସେପ୍ଟମ୍ବର ୨୦୨୧ ରେ ସିନେମାହଲରେ ରିଲିଜ୍ ହେବ ।