Odia News Portal

ସୋନିଆ ସେନା କେତେ ମୁହଁ ବନ୍ଦ କରିବେ ତୁମେ ?

ମୁମ୍ବାଇ() ମୁମ୍ବାଇ ପୋଲିସ ବୁଧବାର ସକାଳେ ରିପବ୍ଲିକ୍‌ ଟିଭି ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ବାମୀଙ୍କୁ ଗିରଫ କରିଛି। ଜଣେ ୫୩ ବର୍ଷୀୟ ଇଣ୍ଟେରିଅର ଡିଜାଇନର ଓ ତାଙ୍କ ମାଆଙ୍କୁ ୨୦୧୮ରେ ଆତ୍ମହତ୍ୟା କରିବାକୁ ବାଧ୍ୟ କରିଥିବା ଅଭିଯୋଗରେ ଅର୍ଣ୍ଣବ ଗୋସ୍ବାମୀଙ୍କ ସମେତ ତିନି ଜଣଙ୍କୁ ମହାରାଷ୍ଟ୍ରର ରାଇଗଡ଼ ପୋଲିସ ଗିରଫ କରିଛି। ଗିରଫ ହୋଇଥିବା ଅନ୍ୟ ଦୁଇ ଜଣ ଫିରୋଜ ସେଖ୍‌ ଓ ନୀତେଶ ସାରଦା ବୋଲି ଜଣାପଡ଼ିଛି। ଅର୍ଣ୍ଣବଙ୍କୁ ବର୍ଲି ସ୍ଥିତ ବାସଭବନରୁ ଗିରଫ କରାଯାଇଛି। ତେବେ ଅର୍ଣ୍ଣବଙ୍କ ଗିରଫଦାରୀ ଉପରେ ଅଭିନେତ୍ରୀ କଙ୍ଗନା ରଣାୱତ ଏକ ଭିଡିଓ ପୋଷ୍ଟ କରି ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

ଭିଡିଓରେ କଙ୍ଗନା କହିଛନ୍ତି କି, ‘ମୁଁ ମହାରାଷ୍ଟ୍ର ସରକାରଙ୍କୁ ଏହା ପଚାରିବାକୁ ଚାହୁଁଛି ଯେ, ଆପଣ ଆଜି ଅର୍ଣ୍ଣବ ଗୋସ୍ୱାମୀଙ୍କ ଘରକୁ ଯାଇ ତାଙ୍କୁ ମାରିଛନ୍ତି। ତାଙ୍କ ଚୁଟି ଟାଣିଛନ୍ତି। ତାଙ୍କ ଉପରେ ଆକ୍ରମଣ କରିଛନ୍ତି, ତୁମେ ଆଉ କେତେ ଘର ଭାଙ୍ଗିବ ? ଆଉ କେତେ ଜଣଙ୍କର ଗଳା ଦବାଇବ ? କେତେ ସ୍ୱର ବନ୍ଦ କରିବ ତୁମେ ? ସୋନିଆ ସେନା କେତେ ମୁହଁ ବନ୍ଦ କରିବେ ତୁମେ ? ଏହି ପାଟି ଏମିତି ବଢ଼ିବାକୁ ଲାଗିବ ।’

କଙ୍ଗନା ଆଗକୁ ଆହୁରି କହିଛନ୍ତି କି, ‘ଏହା ପୂର୍ବରୁ କେତେ ଶହୀଦଙ୍କ ଗଳା କାଟି ଦିଆଯାଇଛି । ସେମାନଙ୍କୁ ଫାଶୀ ଦିଆଯାଇଛି। କିଛି ଅସୁବିଧା ନାହିଁ। ଯଦି ତୁମେ ଗୋଟିଏ ସ୍ୱରକୁ ବନ୍ଦ କରିବ ଅନ୍ୟ ସ୍ୱର ଉତ୍ପନ୍ନ ହେବ । ସୋନିଆ ସେନା କହିବା ଦ୍ବାରା ତୁମେ କ୍ରୋଧିତ ହୋଇଯାଉଛନ୍ତି। ତୁମେ ସୋନିଆ ସେନା ।

କଙ୍ଗନା ଆଉ ଏକ ଟ୍ବିଟରେ ଲେଖିଛନ୍ତି, ‘ପପ୍ପୁ ପ୍ରୋକୁ ଏତେ ରାଗ କାହିଁ ଆସୁଛି ? ସୋନିଆ ସେନାଙ୍କୁ କାହିଁକି ଏତେ ରାଗ ଆସୁଛି ? ଅର୍ଣ୍ଣବ ସାର୍‌, ସେମାନଙ୍କୁ କେଶ ଟାଣିବାକୁ ଦିଅନ୍ତୁ । ଆସନ୍ତୁ ଖୋଲାଖୋଲି ଆକ୍ରମଣ କରିବା । ଫାଶୀ ଲଗାଇବା ପୂର୍ବରୁ ସେମାନଙ୍କ ମୁହଁରେ ହସ ଆଣିବାକୁ ଦିଅ ।’