Odia News Portal

୯ରେ ହେବ କ୍ୟାଟ୍ରିନା ବିକିଙ୍କ ରୟାଲ ୱେଡିଂ


ଖୁବଶୀଘ୍ର କନିଆଁ ସାଜିବେ କ୍ର୍ୟାଟ୍ରିନା କୈଫ । ଆଉ ବର ପାଲଟିବେ ବିକ୍କି କୌଶଲ । ଦୁହେଁ ଖୁବଶୀଘ୍ର ହାତକୁ ଦି ହାତ ହେବାକୁ ଯାଉଛନ୍ତି । ଆସନ୍ତା ୯ ତାରିଖରେ ଏମାନଙ୍କ ହେବ ରୟାଲ ୱେଡିଂ । ଏଥିପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି । ଗତକାଲି ରାଜସ୍ଥାନର ସୱାଇ ମାଧୋପୁର ଜିଲ୍ଲା ପ୍ରଶାସନ ବିକ୍କି-କ୍ୟାଟଙ୍କ ବିବାହ ନେଇ ବୈଠକ କରିଛନ୍ତି । ବଲିଉଡ୍ର ଜଣାଶୁଣା ଅଭିନେତା ଭିକ୍କି କୌଶଲ ଓ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍ଙ୍କ ବିବାହ ଖବର ଏବେ ଚର୍ଚ୍ଚାରେ ରହିଛି।

ପ୍ରତିଦିନ ଦୁଇଜଣଙ୍କ ବିବାହକୁ ନେଇ ନୂଆ ନୂଆ କଥା ସାମ୍ନାକୁ ଆସୁଛି। ଏତିକି ନୁହେଁ, ଭିକ୍କି-କ୍ୟାଟ୍ଙ୍କ ବିବାହରେ ସାମିଲ ହେବା ଉପରେ ମଧ୍ୟ ଅନେକ ନିୟମ କରାଯାଇଛି। ଏଥିରେ ଅତିଥି ତାଲିକାଠାରୁ ଆରମ୍ଭ କରି ମୋବାଇଲ ଫୋନ୍ ବ୍ୟାନ୍ ପର୍ୟ୍ୟନ୍ତ, ସବୁକିଛି ରହିଛି। ଏହାରି ଭିତରେ ‘ବଧାଇ ହୋ’ ଫେମ୍ ଗଜରାଜ ରାଓଙ୍କର ଏକ ପୋଷ୍ଟକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ତାଙ୍କର ଏହି ପୋଷ୍ଟ କ୍ୟାଟ୍ରିନା ଓ ଭିକ୍କିଙ୍କ ବିବାହ ସହ ଜଡ଼ିତ ରହିଛି।
ଆକ୍ଟର ଗଜରାଜ ରାଓ ନିଜ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଷ୍ଟୋରୀ ପୋଷ୍ଟ କରିଥିଲେ। ଏହି ଷ୍ଟୋରୀରେ ସେ ନିଜେ ଭିକ୍କି କୌଶଲ ଓ କ୍ୟାଟ୍ରିନା କୈଫ୍ଙ୍କ ବିବାହ ଉତ୍ସବରେ ସାମିଲ ହେଉ ନ ଥିବା କଥା ଲେଖିଥିଲେ। ଯଦିଓ ଏହି କଥା ମଜାଳିଆ ଅନ୍ଦାଜରେ ସେ କହିଥିଲେ।