Odia News Portal

ବିବାହ ପରେ ଇଣ୍ଡଷ୍ଟ୍ରି ଛାଡିବେ କ୍ୟାଟ୍ରିନା

ବଲିଉଡର ବାର୍ବୀ ଡଲ୍ କ୍ୟାଟ୍ରିନା କୈଫ୍ ତାଙ୍କର ବିବାହକୁ ନେଇ ଆଜିକାଲି ଚର୍ଚ୍ଚାରେ। ବିକି ଏବଂ କ୍ୟାଟ୍ରିନା ଡିସେମ୍ବର ୯ ରେ ସାତ ଫେରା ନେବାକୁ ଯାଉଛନ୍ତି। ସେମାନଙ୍କ ବିବାହ ସମ୍ବନ୍ଧୀୟ ଖବର ସବୁଆଡେ ସାମ୍ନାକୁ ଆସୁଛି, କିନ୍ତୁ ଏନେଇ ଦୁହେଁ ଏପର୍ୟ୍ୟନ୍ତ କୌଣସି ମନ୍ତବ୍ୟ ଦେଇନାହାଁନ୍ତି। ଏପରିକି ଦୁହେଁ ଏପର୍ୟ୍ୟନ୍ତ ନିଜ ସମ୍ପର୍କର ଖବର ଉପରେ ପ୍ରତିକ୍ରିୟା ପ୍ରକାଶ କରିନାହାଁନ୍ତି କିନ୍ତୁ କୁହାଯାଉଛି ଯେ ଗତ ଦୁଇ ବର୍ଷ ଧରି ଉଭୟ ପରସ୍ପରକୁ ଡେଟ୍ କରୁଛନ୍ତି। ଏହି ସମୟରେ, କ୍ୟାଟ୍ରିନାଙ୍କ ଏକ ପୁରୁଣା ଇଣ୍ଟରଭ୍ୟୁ ଭାଇରାଲ ହେଉଛି ଯେଉଁଥିରେ ସେ ବିବାହକୁ ନେଇ ନିଜର ଭାବନା ସେୟାର କରିଛନ୍ତି। କ୍ୟାଟ୍ରିନା କହିଛନ୍ତି ଯଦି ସେ କେବେ ଅନୁଭବ କରନ୍ତି ଯେ ବିବାହକୁ ଗୁରୁତ୍ୱ ଦେବା ଅଧିକ ଗୁରୁତ୍ୱପୂର୍ଣ୍ଣ, ତେବେ ସେ ଫିଲ୍ମ କରିବା ବନ୍ଦ କରିଦେବେ । ତେବେ ସେ ଏହା ମଧ୍ୟ କହିଛନ୍ତି ଯଦି ତାଙ୍କ ପାର୍ଟନର୍ କିମ୍ବା ତାଙ୍କ ପରିବାର ତାଙ୍କୁ କାମ କରିବାକୁ ଅଟକାନ୍ତି ସେ ଆଦୌ ଏହାକୁ ପସନ୍ଦ କରିବେନି। ଯେତେବେଳେ ସେ ହୃଦୟରୁ ଅନୁଭବ କରିବେ ସେତେବେଳେ ଏହା କରିବେ। କ୍ୟାଟ୍ରିନା ଆହୁରି କହିଛନ୍ତି, ସେ ବିବାହରେ ବହୁତ ବିଶ୍ୱାସ କରନ୍ତି। ସେ ପରିବାର ଏବଂ ଘରକୁ ଭଲ ପାଆନ୍ତି। ଯଦି ତାଙ୍କ ଜୀବନରେ ପ୍ରେମ ଆସେ ତେବେ ଏହାର ଅର୍ଥ ଭାଗ୍ୟରେ ଲେଖା ହୋଇଛି ।