Odia News Portal

‘କପିଲ ଶର୍ମା ଶୋ’ ଫିଲ୍ମ ପାଇଁ ଅଶୁଭ; କେ.ଆର.କେ

ବଲିଉଡ ଖିଲାଡି କୁମାର ବର୍ତ୍ତମାନ ତାଙ୍କର ଆଗାମୀ ଫିଲ୍ମ ‘ସେଲଫି’କୁ ନେଇ ଚର୍ଚ୍ଚାରେ ରହିଛନ୍ତି। ପ୍ରଥମ ଥର ପାଇଁ ଇମ୍ରାନ ହାଶମୀଙ୍କ ସହ ସ୍କ୍ରିନ୍ ସ୍ପେସ୍ ସେୟାର କରିବାକୁ ଯାଉଛନ୍ତି ଅକ୍ଷୟ କୁମାର। ଏବେ ସେ ‘ସେଲଫି’ର ପ୍ରଚାର ପାଇଁ ବାହାରକୁ ଯାଉଥିବା ବେଳେ ‘ଦି କପିଲ ଶର୍ମା ସୋ’କୁ ଫିଲ୍ମର ପ୍ରଚାର ପାଇଁ ଯିବେ ନାହିଁ ବୋଲି ଚର୍ଚ୍ଚା ହେଉଛି। ଏହା ଆମେ ନୁହେଁ ବରଂ ଭାରତୀୟ ଆକ୍ଟର ତଥା ପ୍ରଡୁସର କମଲ ରସଦ ଖାନ ଅର୍ଥାତ୍ କେଆରକେ ଟ୍ବିଟ କରି କହିଛନ୍ତି।
‘କପିଲ ଶର୍ମା ସୋ’ ହେଉଛି ଏଭଳି ଏକ କମେଡି ସୋ, ଯାହା ଘରେ ଘରେ ଲୋକପ୍ରିୟ ଏବଂ ପ୍ରତ୍ୟେକ କଳାକାର ଏହି ସୋ’ରେ ନିଜ ଚଳଚ୍ଚିତ୍ରର ପ୍ରଚାର କରିବାକୁ ଚାହାଁନ୍ତି। କେଆରକେଙ୍କ ଅନୁଯାୟୀ ବର୍ତ୍ତମାନ କଳାକାରମାନଙ୍କ ଚିନ୍ତାଧାରା ବଦଳୁଛି। କେଆରକେ କରିଥିବା ଟ୍ବିଟରେ ଲେଖାଯାଇଛି ଯେ, ‘ଶେଷରେ ଅକ୍ଷୟ କୁମାର ଦି କପିଲ ଶର୍ମା ସୋ’ରେ ଫିଲ୍ମ ‘ସେଲଫି’ର ପ୍ରଚାର ନକରିବାର ନିଷ୍ପତ୍ତି ନେଇ ଏକ ଭଲ କାମ କରିଛନ୍ତି। ଅକ୍ଷୟ ବୁଝିଗଲେ ଯେ ଦ କପିଲ ଶର୍ମା ସୋ’ ଫିଲ୍ମ ପାଇଁ ଅଶୁଭ।