Odia News Portal

ଅଡୁଆରେ ମିକା ସିଂ

ଅଡୁଆରେ ଲୋକପ୍ରିୟ ଗାୟକ ମିକା ସିଂ । ପାକିସ୍ତାନରେ ଗୀତ ଗାଇ ଅଡୁଆରେ ମିକା । ଉଭୟ ଭାରତ ଏବଂ ପାକିସ୍ତାନର ଦର୍ଶକ ତାଙ୍କୁ ସୋସିଆଲ ମିଡିଆରେ ଗାଳି ଦେଇଛନ୍ତି। ଜମ୍ମୁ-କଶ୍ମୀରୁ ୩୭୦ ଉଚ୍ଛେଦ ପରେ ଉଭୟ ଦେଶ ସମ୍ପର୍କ ତିକ୍ତତା ଆସିଛି। ପାକିସ୍ତାନ ଭାରତ ସହ ସମସ୍ତ ସମ୍ପର୍କ ଛିନ୍ନ କରିଛି ବୋଲି ଘୋଷଣା କରିଛି। ଏପରିକି ଭାରତୀୟ ଫିଲ୍ମ ପାକିସ୍ତାନରେ ଚାଲିପାରିବ ନାହିଁ। ଏବସୁ ଭିତରେ ମିକା ସିଂ ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ଜେନେରାଲ ପରଭେଜ୍ ମୁଶାରଫଙ୍କ ଜଣେ ସମ୍ପର୍କୀୟ ବିବାହ ଉତ୍ସବରେ ଏକ ସଙ୍ଗୀତ ଶୋ’ର ଆୟୋଜିନ କରାଯାଇଥିଲା। ଯେଉଁଠି ମିକା ଗୀତ ଗାଇଥିଲେ।