Odia News Portal

ଦିଲ୍ଲୀପ କୁମାରଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ବର୍ଷିୟାନ ଅଭିନେତା ଦିଲ୍ଲୀପ କୁମାରଙ୍କ ପରଲୋକ ହୋଇଛି । ତାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନ୍ଖକ୍ସ ଟ୍ୱିଟର ହ୍ୟାଣ୍ଡେଲରେ ପୋଷ୍ଟ କରିଛନ୍ତି ନବୀନ । ସେପଟେ ଦିଲ୍ଲୀପ କୁମାରଙ୍କ ବିୟୋଗରେ ବହୁ ବରିଷ୍ଠ ବ୍ୟକ୍ତମାନେ ମଧ୍ୟ ଶୋକ ପ୍ରକାଶ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ, ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରମୁଖ ଶୋକ ପ୍ରକାଶ କରିଥିବା ଦେଖିବାକୁ ମିଳିଛି ।

ସୂଚନା ଥାଉକି, ୧୯୪୪ରେ ‘ଜ୍ୱାର ଭଟ୍ଟା’ ଚଳଚ୍ଚିତ୍ରରୁ ସେ ତାଙ୍କର ପ୍ରଥମ ଅଭିନୟ ଜୀବନ ଆରମ୍ଭ କରିଥିଲେ । ସେହି ଚଳଚ୍ଚିତ୍ରରେ ତାଙ୍କ ସହିତ ଶମିମ୍ ବାନୋ ଅଭିନୟ କରିଥିଲେ । ଏଥିସହିତ ମୁଗଲ-ଇ-ଆଜମ୍, ଗଙ୍ଗା ଯୁମନା, ମଶାଲ ଆଦି ଚଳଚ୍ଚିତ୍ରରେ ସେ ନିଖୁଣ ଅଭିନୟ କରି ଦର୍ଶକଙ୍କ ନିକଟରେ ବେଶ୍ ପ୍ରିୟଭାଜନ ହୋଇଥିଲେ । ତାହାସହିତ ତାଙ୍କ ଅଭିନୀତ ପ୍ରଭାବଶାଳୀ ଚଳଚ୍ଚିତ୍ରଗୁଡିକ ମଧ୍ୟରେ ଦେବଦାସ, ରାମ୍ ଔର ଶ୍ୟାମ, କର୍ମା, ସୌଦାଗର, ଲିଡର, ମଧୁମତୀ, ବିଧାତା, କ୍ରାନ୍ତି ଆଦି ରହିଛି । ତାଙ୍କ ଅଭିନୀତ ଶେଷ ଚଳଚ୍ଚିତ୍ର ଥିଲା ‘କିଲା’ । ଏହା ୧୯୯୮ରେ ମୁକ୍ତିଲାଭ କରିଥିଲା ।

୧୯୯୪ରେ ଭାରତୀୟ ଚଳଚ୍ଚିତ୍ର ଜଗତର ସର୍ବୋଚ୍ଚ ସମ୍ମାନ ଦାଦା ସାହେବ ଫାଲ୍କେ ସମ୍ମାନ ତାଙ୍କୁ ପ୍ରଦାନ କରାଯାଇଥିଲା । ଦୀର୍ଘ ୫୦ ବର୍ଷରୁ ଅଧିକ ସମୟ ସେ ଚଳଚ୍ଚିତ୍ର ଜଗତ ସହିତ ଜଡିତ ରହିଥିଲେ । ଏଥିସହିତ ଦିଲୀପ କୁମାର ୬୦ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ୨୦୧୫ରେ ଭାରତ ସରକାର ତାଙ୍କୁ ପଦ୍ମବିଭୂଷଣ ଉପାଧିରେ ସମ୍ମାନିତ କରିଥିଲେ ।