Odia News Portal

ଆସୁଛି ବର୍ଷାଙ୍କ ନୂଆ ଫିଲ୍ମ, ସଫଳତା କାମନା କଲେ ଅନୁଭବ

ଭୁବନେଶ୍ୱର : ତୁଟୁନି ବିବାଦ, ସାମ୍ନାକୁ ଆସୁଛି ଗୋଟିଏ ପରେ ରୋଚକ ଖବର। ଓଲିଉଡର ଷ୍ଟାରକପୁଲ ବର୍ଷା ଓ ଅନୁଭବଙ୍କ ବିବାଦ ଦିନକୁ ଦିନ ନୂଆ ରୂପ ନେବାରେ ଲାଗିଛି। ଏବେ ବର୍ଷାଙ୍କ ସୁଟିଂ ବିଷୟରେ ଜାଣି ସାଂସଦ ଅନୁଭବ ମହାନ୍ତି ତାଙ୍କ ସଫଳତା କାମନା କରିଛନ୍ତି । ଟ୍ୱିଟ କରି ଶ୍ରୀ ମହାନ୍ତି କହିଛନ୍ତି ଯେ, ତୁମ ନୂଆ ଚଳଚିତ୍ର ସୁଟିଂ ବିଷୟରେ ଜାଣିବାକୁ ପାଇଲି ।

ଆରମ୍ଭରୁ ହିଁ ତୁମେ ଆତ୍ମବିଶ୍ୱାସୀ ଓ ନିଜ କର୍ମ ଷେତ୍ରରେ ନିଷ୍ପତ୍ତି ନେବାରେ ସ୍ୱାଧୀନ ରହିଆସିଛ। ଶୁଭେଚ୍ଛା ସହ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପାଖରେ ମୁଁ ଓ ମୋ ପରିବାର ତୁମର ସଫଳତା କାମନା କରୁଛୁ । ସମ୍ମାନନୀୟା @VarshaPriyadar3, ତୁମ ନୂଆ ଚଳଚିତ୍ର ସୁଟିଂ ବିଷୟରେ ଜାଣିବାକୁ ପାଇଲି । ଆରମ୍ଭରୁ ହିଁ ତୁମେ ଆତ୍ମବିଶ୍ୱାସୀ ଓ ନିଜ କର୍ମ ଷେତ୍ରରେ ନିଷ୍ପତ୍ତି ନେବାରେ ସ୍ୱାଧୀନ ରହିଆସିଛ। ଶୁଭେଚ୍ଛା ସହ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପାଖରେ ମୁଁ ଓ ମୋ ପରିବାର ତୁମର ସଫଳତା କାମନା କରୁଛୁ ।