Odia News Portal

ନୂଆ ବର୍ଷରେ ଶୁଭାରମ୍ଭ “ମୁଁ ତ ନଥିଲେ କିଛି ହେବନି”

ଭୁବନେଶ୍ୱର: ମନୋରଞ୍ଜନ ଦୁନିଆରେ ଯୋଡି ହେଲା ଆଉ ଏକ ଫର୍ଦ । ବଡଦିନରେ ଏକ ଶୁଭ କାର୍ୟ୍ୟରୁ ଆରମ୍ଭ ହୋଇଛି ବ୍ଲିସ ଏଣ୍ଟର୍ଟେନମେଣ୍ଟ । ଓଲିଉଡ଼ରେ ଆଜି ଏଣ୍ଟ୍ରି ମାରିଛି ଏହି ପ୍ରଯୋଜନା ସଂସ୍ଥା । ଏହି ସଂସ୍ଥା ଭୁବନେଶ୍ୱରର ସତ୍ୟବିହାର ଠାରେ ଆୟୋଜିତ ହୋଇଥିଲା । ଏସମ୍ପର୍କରେ ଯୁବ ପ୍ରଯୋଜକ ସୁବାଷ ସାହୁ ସୂଚନା ଦେଇଛନ୍ତି । ପ୍ରଯୋଜନା ସଂସ୍ଥା ପକ୍ଷରୁ ୩ ଟି ଚଳଚିତ୍ରର ନାମ ଘୋଷଣା କରାଯାଇଥିଲା । ପ୍ରଥମଟି ‘ତୋ ଖୁସିରେ ମୋ ଖୁସି’ । ଏହି ଚଳଚ୍ଚିତ୍ରର କାହାଣୀ ସୀମାନ୍ତ ଦାସ ରଚନା କରିଥିବାବେଳେ ସଂଗୀତ ନିର୍ଦେଶନା ଦେଇଛନ୍ତି ପ୍ରେମାନନ୍ଦ । ଚିତ୍ରନାଟ୍ୟ ଓ ନିର୍ଦେଶନା ଦାୟିତ୍ୱରେ ଅଛନ୍ତି ସ୍ୱନାମଧନ୍ୟ ନିର୍ଦେଶକ ଚନ୍ଦନ ମହାପାତ୍ର । ଦ୍ୱିତୀୟ ଚଳଚ୍ଚିତ୍ରଟି ହେଲା ‘ମୁଁ ତ ନଥିଲେ କିଛି ହେବନି ଆଉ’ । ଚଳଚ୍ଚିତ୍ରର କାହାଣୀ, ଚିତ୍ରନାଟ୍ୟ, ସଂଳାପ ଓ ନିର୍ଦେଶନା ଦାୟିତ୍ୱରେ ଅଛନ୍ତି ନିରଞ୍ଜନ ବେହେରା, ସଂଗୀତ ନିର୍ଦେଶନା ଦେଇଛନ୍ତି ଅଭିଜିତ ମଜୁମଦାର । ତୃତୀୟ ଚଳଚ୍ଚିତ୍ରଟି ଥିଲା ‘ମିସକଲ’ । କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ଦାୟିତ୍ୱରେ ଅଛନ୍ତି ଡ. ରଜନୀ ରଞ୍ଜନ । ସଂଗୀତ ନିର୍ଦେଶନାରେ ବୈଦ୍ୟନାଥ ଦାସ ରହିଥିବାବେଳେ ନିର୍ଦେଶନା ଦେଇଛନ୍ତି ସୁଧାକର ବସନ୍ତ ।
ପ୍ରଥମ ପର୍ୟ୍ୟାୟରେ ‘ ମୁଁ ତ ନଥିଲେ କିଛି ହେବନି ଆଉ ‘ ଚଳଚ୍ଚିତ୍ରର ଶୁଭ ମହୁରତ ହୋଇ ଜାନୁଆରୀ ମାସରୁ ସୁଟିଂ ଆରମ୍ଭ ହେବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ କ୍ରିଏଟିଭ୍ ମୁଖ୍ୟ ପ୍ରଣୟ ଜେଠୀ ସୂଚନା ଦେଇଛନ୍ତି । ଏହି ଚଳଚିତ୍ରରେ ସମ୍ବିତ, ରିୟା, ରାଇମୋହନ, ପ୍ରଜ୍ଞା, ପିଣ୍ଟୁ ନନ୍ଦ, ପ୍ରୀତିରାଜ, ସୁନିତା ପ୍ରମୁଖ ଅଭିନୟ କରୁଥିବା ଜଣାପଡିଛି ।