Odia News Portal

ଏ ବର୍ଷ ହେବନି ବାଲିଯାତ୍ରା

ଏ ବର୍ଷ ବି ହେବନି ବାଲିଯାତ୍ରା। ଗତ ବର୍ଷ ପରି ଚଳିତ ବର୍ଷ ମଧ୍ୟ କଟକରେ ରାଜ୍ୟସ୍ତରୀୟ ଐତିହାସିକ ବାଲିଯାତ୍ରା ଆୟୋଜନ ହେବ ନାହିଁ। କରୋନା କଟକଣା ଜାରି ରହିଥିବାରୁ ଚଳିତ ବର୍ଷ ବାଲିଯାତ୍ରା ଆୟୋଜନ ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ପ୍ରସ୍ତୁତି ନାହିଁ ବୋଲି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟିନୀ କହିଛନ୍ତି। ବାଲିଯାତ୍ରା ଆୟୋଜନ ନହେବା ଖବର କ୍ଷୁଦ୍ର ବ୍ୟବସାୟୀଙ୍କଠାରୁ ଆରମ୍ଭ କରି କୁଟୀର ଶିଳ୍ପ , ହସ୍ତଶିଳ୍ପ ବ୍ୟବସାୟୀଙ୍କ ସମେତ ମଧ୍ୟମବର୍ଗର ବ୍ୟବସାୟୀ ଓ ମିଶନ ଶକ୍ତି ତଥା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ପୁଣି ନିରାଶ କରିଛି। କୁଟୀର ଶିଳ୍ପ ବ୍ୟବସାୟ ବାଧାପ୍ରାପ୍ତ ହେବ ବୋଲି ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି।