Odia News Portal

କରୋନାରେ ଚଳଚ୍ଚିତ୍ର ନିର୍ମାତାଙ୍କ ମୃତ୍ୟୁ

ବେଙ୍ଗାଲୁରୁ: କନ୍ନଡ ଫିଲ୍ମ ଜଗତର ବିଶିଷ୍ଟ ନିର୍ମାତା ତଥା ଚଳଚ୍ଚିତ୍ର ଅଭିନେତ୍ରୀ ମଲାଶ୍ରୀଙ୍କ ସ୍ୱାମୀ ରାମୁଙ୍କର ସୋମବାର COVID-19 କାରଣରୁ ଦେହାନ୍ତ ଘଟିଛି ବୋଲି ପରିବାର ସୂତ୍ରରୁ ପ୍ରକାଶ। ଚିକିତ୍ସା ପାଇଁ ତାଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଯେଉଁଠାରେ ତାଙ୍କର ଦେହାନ୍ତ ହୋଇଥିଲା। ରାମୁ ଲକ୍ଅପ୍ ଡେଥ୍, AK47 ଏବଂ କାଲାସିପାଲିଆ ଭଳି ଅନେକ ହିଟ୍ ଫିଲ୍ମ ଦେଇଥିଲେ | ତାଙ୍କ ମୃତ୍ୟୁକୁ ସମବେଦନା ଜଣାଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ୍ ଡି କୁମାରସ୍ୱାମୀ ଟୁଇଟ୍ କରି କହିଛନ୍ତି ଯେ ପ୍ରସିଦ୍ଧ କନ୍ନଡ ନିର୍ମାତା ରାମୁଙ୍କର କରୋନାଭାଇରସ୍ ସଂକ୍ରମଣରେ ମୃତ୍ୟୁ ହୋଇଥିବାର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ। ସେ କହିଛନ୍ତି ଯେ ଏହି ମୃତ୍ୟୁ ଫିଲ୍ମ ଇଣ୍ଡଷ୍ଟ୍ରିରେ ବହୁତ କ୍ଷତି କରିଛି। କୁମାରସ୍ୱାମୀ ବିଦାୟପ୍ରାପ୍ତ ଆତ୍ମାକୁ ଶାନ୍ତି ଏବଂ କ୍ଷତି ସହିବାକୁ ପରିବାରକୁ ଶକ୍ତି ପ୍ରଦାନ କରିବାକୁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।