Odia News Portal

ବଲିଉଡରେ ଓଡ଼ିଆ ଝିଅ

ଭୁବନେଶ୍ୱର: ପୁଣି ଜାତୀୟ ସ୍ତରରେ ଓଡ଼ିଆ ଟେକ ରହିଛି । ବଲିଉଡରେ ରାଉରକେଲାର ଝିଅ । ସହକୋରିୟ ଗ୍ରାଫର ଭାବେ କାମ କରୁଛନ୍ତି ଓଡ଼ିଆ ଝିଆ ରୋଜା ରାଣା । ବଲିଉଡରେ କାମ କରିବାର ସୁଯୋଗ ପାଇବା ପରେ ସେ ଓଡ଼ିଶାର ଗର୍ବ ଏବଂ ଗୌରବକୁ ଆହୁରି ବଢ଼ାଇ ଦେଇଛନ୍ତି । ବଲିଉଡର ବହୁ ଆଗ ଧାଡ଼ିର କଳାକାର ତଥା ମାଧୁରୀ ଦିକ୍ଷିତ, ଟାଇଗର ସରଫ, ହ୍ରିିତିକ୍ ରୋଶନ ଏବଂ କରିନା କପୁରଙ୍କ ଭଳି କଳାକାରଙ୍କ ସହ କାମ କରିବାର ସୁଯୋଗ ପାଇଛନ୍ତି ରୋଜା ।

ମୁମ୍ବାଇର ଗୋରେ ଗାଁରେ ରହି ଅନେକ ରିଏଲଟି ସୋ’ରେ ନିଜର ଜଲୱା ଦେଖାଉଛନ୍ତି। ରୋଜା ବର୍ତ୍ତମାନ ସଞ୍ଜୟ ସେଟ୍ଟି, ଏମ୍. ଖାନ୍, ତୁଷାର କାଲ୍ଲା, ଗୀତା କାପୁର ଭଳି ଅନେକ ପ୍ରସିଦ୍ଧ କୋରିଓଗ୍ରାଫ୍ରଙ୍କ ସହ କାମ କରୁଛନ୍ତି। ଭବିଷ୍ୟତରେ ଏମାନଙ୍କ ପରି ଜଣେ ଦେଶର ଜଣେ ସୁପ୍ରସିଦ୍ଧ କୋରିଓଗ୍ରାଫର ହେବା ତାଙ୍କର ଲକ୍ଷ୍ୟ। ରାଉରକେଲାର କୋଏଲନଗର ସି ବ୍ଲକରେ ସ୍ବର୍ଗତ ଅଶୋକ ରଣା ଓ ଶିବାନୀ ରଣାଙ୍କ ଏକ ମାତ୍ର ଝିଅ ହେଉଛନ୍ତି ରୋଜା। ରାଉରକେଲା ସେଣ୍ଟ ଯୋଶେଫ ଇଂରାଜୀ ମାଧ୍ୟମ ସ୍କୁଲରେ ପ୍ରାଥମିକ ଶିକ୍ଷା ଲାଭ କରିବା ପରେ ସେକ୍ଟର-୪ ରାଉରକେଲା ସରକାରୀ କଲେଜରେ ପଢ଼ିଥିଲେ। ସରକାରୀ କଲେଜରେ ଗ୍ରାଜୁଏସନ୍ ଶେଷ କରିଥିଲେ। କ୍ୟାରିୟର ପାଇଁ ମୁମ୍ବାଇରେ ରହିବାକୁ ବାପା ଅଶୋକଙ୍କ ପାଖରେ ଜିଦ୍ କରିଥିଲେ। ଝିଅର ସ୍ୱପ୍ନକୁ ସାକାର କରିବାକୁ ବାପା ଚାକିରି ଛାଡି ଝିଅକୁ ମୁମ୍ବାଇ ନେଇଯାଇଥିଲେ। ସେଠାରେ ବାପା ଓ ମା’ଙ୍କ ସହ ମୁମ୍ବାଇରେ ଏକ ଭଡାଘର ନେଇ ରହିଲେ। ମୁମ୍ବାଇରେ ରହିବା ପୂର୍ବରୁ ଓଡ଼ିଶାରେ ‘ ଭାରତନାଟ୍ୟମ୍’ ଓ ‘ ଓଡ଼ିଶୀ’ ଶିକ୍ଷା ଲାଭ କରିଥିଲେ।