Odia News Portal

ବଢ଼ିଲା ଓଡ଼ିଆ ଫିଲ୍ମର ଗାରିମା

୩ ଓଡ଼ିଆ ଫିଲ୍ମକୁ ଜାତୀୟ ପୁରସ୍କାର
ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ/ଭୁବନେଶ୍ୱର : ଅ ।ଜି ୬୭ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିଜେତାଙ୍କ ନାମ ଘୋଷଣା କରାଯାଇଛି । ୩ ଓଡ଼ିଆ ଫିଲ୍ମକୁ ମିଳିଛି ଜାତୀୟ ପୁରସ୍କାର ।୨୦୧୯ ବର୍ଷ ପାଇଁ ସୋମବାର ଘୋଷଣା ହୋଇଥିବା ୬୭ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ତାଲିକାରେ ଶଲା ବୁଢାର୍ ବଦଲା ଏବଂ କାଲିର ଅତୀତ ଯୁଗ୍ମ ଭାବେ ଶ୍ରେଷ୍ଠ ଓଡ଼ିଆ ଫିଲ୍ମ ଭାବେ ବିବେଚିତ ହୋଇଛନ୍ତି । ସବ୍ୟସାଚୀ ମହାପାତ୍ରଙ୍କ ନିଦେ୍ର୍ଦଶିତ ଶଲା ବୁଢାର୍ ବଦ୍ଲା, ଶଲା ବୁଢା ସିରିଜ୍ର ତୃତୀୟ ଫିଲ୍ମ । ସେହିପରି ଜଳବାୟୁ ପରିବର୍ତନକୁ ନେଇ ନିର୍ମିତ ଫିଲ୍ମ ‘କାଲିର ଅତୀତ’କୁ ନିଦେ୍ର୍ଦଶନା ଦେଇଛନ୍ତି ନୀଳମାଧବ ପଣ୍ଡା । ଶ୍ରେଷ୍ଠ ଓଡ଼ିଆ ଫିଲ୍ମ ଭାବେ ଏହି ଦୁଇ ଫିଲ୍ମକୁ ରଜତ୍ କମଲ ସହ ଏକ ଲକ୍ଷ ଟଙ୍କା ପୁରସ୍କାର ମିଳିବ । ସେହିପରି ନନ୍ ଫିଚର୍ ବର୍ଗରେ ପୁରୀ ସାହିଜାତ ପରମ୍ପରାକୁ ନେଇ ନିର୍ମିତ ‘ଶ୍ରୀକ୍ଷେତ୍ରରୁ ସାହିଯାତ’ ଶ୍ରେଷ୍ଠ କଳା ଓ ସଂସ୍କୃତି ଫିଲ୍ମ ଭାବେ ଘୋଷିତ ହୋଇଛି ।
ସୂଚନା ଅନୁଯାୟୀ ପୁରସ୍କାର ବାବଦକୁ ଫିଲ୍ମର ନିର୍ମାତା ନିଦେ୍ର୍ଦଶକ ଆଶୁତୋଷ ପଟ୍ଟନାୟକଙ୍କୁ ରଜତ କମଲ୍ ଏବଂ ୫୦ ହଜାର ଟଙ୍କା ମିଳିବ । ପୁରସ୍କାର ଘୋଷଣା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମସ୍ତ ବିଜେତା ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ଟୁଇଟ୍ କରି କହିଛନ୍ତି ଯେ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ‘ଶଲା ବୁଢ଼ାର ବଦଲା’ ଓ ‘କାଲିର ଅତୀତ’ ଏବଂ ଶ୍ରେଷ୍ଠ କଳା ଓ ସାଂସ୍କୃତିକ ଚଳଚ୍ଚିତ୍ର ଭାବେ ‘ଶ୍ରୀକ୍ଷେତ୍ରରୁ ସାହିଯାତ’ ୬୭ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଲାଗି ବିବେଚିତ ହେବା ଓଡ଼ିଶା ପାଇଁ ଗୌରବର ବିଷୟ । ଚଳଚ୍ଚିତ୍ର ‘କାଲିର ଅତୀତ’ର ନିଦେ୍ର୍ଦଶକ ନୀଳମାଧବ ପଣ୍ଡା, ‘ଶ୍ରୀକ୍ଷେତ୍ରରୁ ସାହିଯାତ’ର ପ୍ରଯୋଜକ ଓ ନିଦେ୍ର୍ଦଶକ ଆଶୁତୋଷ ପଟ୍ଟନାୟକ ଏବଂ ‘ଶଲା ବୁଢ଼ାର ବଦଲା’ର ନିଦେ୍ର୍ଦଶକ ଡଃ. ସବ୍ୟସାଚୀ ମହାପାତ୍ର ଓ ସମସ୍ତ କଳାକାରମାନଙ୍କୁ ମୋର ଶୁଭେଚ୍ଛା ।