Odia News Portal

୨ଟି କଦଳୀର ଦାମ୍ ୪୪୨

ଅଭିନେତା ରାହୁଲ ବୋଷ୍ ଏବେ ଚଣ୍ଡିଗଡ଼ରେ ଫିଲ୍ମ ଶୁଟିଂରେ ବ୍ୟସ୍ତ ଅଛନ୍ତି। ସେଠାରେ ଥିବା ପଞ୍ଚ ତାରକା ହୋଟେଲରେ ରହୁଛନ୍ତି। କିନ୍ତୁ ହୋଟେଲ୍ରେ ଗୋଟିଏ ବିଲ୍ ଦେଖି ସେ ଆଶ୍ଚର୍ୟ୍ୟ ହୋଇଯାଇଥିଲେ ରାହୁଲ ।

ରାହୁଲ ଏ ଭିଡିଓରେ କହିଛନ୍ତି, ‘କିଏ କହୁଛି ଯେ, ଫଳ ଆପଣଙ୍କ ଜୀବନ ପାଇଁ କ୍ଷତିକାରକ ନୁହେଁ ? ଶୁଟିଂ ପାଇଁ ମୁଁ ଚଣ୍ଡିଗଡ଼ରେ ଫାଇଭ୍ ଷ୍ଟାର୍ ହୋଟେଲରେ ରହୁଛି। ଏଠାରେ ୱାର୍କ ଆଉଟ୍ ପରେ ମୁଁ ଖାଇବା ପାଇଁ ଦୁଇଟି କଦଳୀ ଅର୍ଡର୍ କରିଥିଲି। କଦଳୀ ସହିତ ଏକ ବିଲ୍ ଆସିଛି, ଯେଉଁଥିରେ ଦୁଇଟି କଦଳୀର ମୂଲ୍ୟ ଜିଏସ୍ଟି ଲଗାଇ ୪୨୨ ଟଙ୍କା ରହିଛି। ’

ଦୁଇଟି କଦଳୀର ଏ ଦାମ୍କୁ ନେଇ ରାହୁଲ ଅସନ୍ତୋଷ ପ୍ରକାଶ କରିଛନ୍ତି। ଭିଡିଓଟି ସୋଶାଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ୟୁଜର୍ସ ରାହୁଲ ବୋସଙ୍କର ପୋଷ୍ଟରେ ମଜାଦାର କମେଣ୍ଟ୍ ଦେଉଛନ୍ତି।

ଜଣେ ୟୁଜର୍ସ କମେଣ୍ଟ କରି ଲେଖିଛନ୍ତି, ‘ଯେତିକି ଜିଏସ୍ଟି ଲାଗିଛି, ସେତିକି ଟଙ୍କାରେ ଗୋଟିଏ ଡର୍ଜନ୍ କଦଳୀ ଆସିଯିବ।’

ସେହିପରି ଆଉ ଜଣେ ୟୁଜର୍ସ ଲେଖିଛନ୍ତି, ‘ଦୁଇଟି କଦଳୀର ମୂଲ୍ୟ ୪୪୨ ଟଙ୍କା ହେଲେ ଗୋଟିଏ ଡର୍ଜନ୍ କଦଳୀର ମୂଲ୍ୟ ୨୭୦୦ ଟଙ୍କା। ଏଥିପାଇଁ ଭାରତର କୋଟି କୋଟି ପରିବାର ଦିନରାତି କରି ୩୦ ଦିନ ପରିଶ୍ରମ କଲେ ମଧ୍ୟ ଗୋଟିଏ ଡର୍ଜନ୍ କଦଳୀ କିଣି ପାରୁନାହାନ୍ତି।’