Odia News Portal

ଜେଲରୁ ମୁକୁଳିବା ପରେ ରାଜ କୁନ୍ଦ୍ରା ଡିଲେଟ କଲେ ନିଜ ଆକାଉଣ୍ଟ

ଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଠୀଙ୍କ ସ୍ୱାମୀ ରାଜ କୁନ୍ଦ୍ରା ପ୍ରୋନୋଗ୍ରାଫି ମାମଲାରେ ଜେଲରୁ ମୁକୁଳିବା ପରେ ଏକ ବଡ଼ ନିଷ୍ପତି ନେଇଛନ୍ତି  । । ଗଣମାଧ୍ୟମକୁ ଶେଷ ସାକ୍ଷାତ କରିବା ସହ ନିଜ ଇନଷ୍ଟା ଓ ଟ୍ୱିଟର୍ ଆକାଉଣ୍ଟ ଡିଲିଟ୍ କରିଛନ୍ତି  । ଇନଷ୍ଟା ଏବଂ ଟ୍ୱିଟରରେ ଏବେ ତାଙ୍କ ଆକାଉଣ୍ଟ ଦେଖାଯାଉନାହିଁ  । ଏ ସବୁ ଘଟଣା ପରେ ବୋଧହୁଏ ସେ ଲୋକଙ୍କ ସହ ସମ୍ପର୍କ ରଖିବାକୁ ଚାହୁଁନାହାଁନ୍ତି  । ରାଜ ନିଜ ସୋସିଆଲ ଆକାଉଣ୍ଚରେ ସବୁବେଳେ ଆକ୍ଟିଭ ରହୁଥବା ସହ ନିଜ ପତ୍ନୀ ଶିଳ୍ପାଙ୍କ ସହ ବିଭିନ୍ନ ଫଟୋ ଓ ଭିଡିଓ ସେୟାର କରନ୍ତି  । ସେ ଇନଷ୍ଟା ରିଲ୍ସ ହେଉ ଅବା କୈାଣସି ପର୍ବ ବା ଉତ୍ସବ  । ରାଜ ଏ ସବୁକୁ ପୋଷ୍ଟ କରିବାକୁ ଭୁଲନ୍ତି ନାହିଁ  ।  ଏ ସମସ୍ତ ପୋଷ୍ଟକୁ ତାଙ୍କର ଅନେକ ଫ୍ୟାନ୍ସ ପସନ୍ଦ କରନ୍ତି  । ଶିଳ୍ପା ଓ ରାଜ ଦୁହେଁ କରୁଥିବା ଇନଷ୍ଟା ରିଲ୍ସ ବି ଲୋକଙ୍କ ପସନ୍ଦ  । କିନ୍ତୁ ବର୍ତ୍ତମାନ ସେ ନିଜ ଆକାଉଣ୍ଟ ଡିଲିଟ୍ କରିଛନ୍ତି  ।