Odia News Portal

ମଙ୍ଗଳସୂତ୍ର ବିଜ୍ଞାପନକୁ ଡିଲେଟ କଲେ ସବ୍ୟସାଚୀ

ଖ୍ୟାତନାମା ଫ୍ୟାଶନ ତଥା ଅଳଙ୍କାର ଡିଜାଇନର୍ ସବ୍ୟସାଚୀ ମୁଖାର୍ଜୀଙ୍କ ମଙ୍ଗଳସୂତ୍ରର ବିଜ୍ଞାପନ ସାରା ଦେଶରେ ତୀବ୍ର ସମାଲୋଚନା ହେଉଛି। ସୋସିଆଲ ମିଡିଆରେ ଟ୍ରୋଲ୍ ହେବା ପରେ ସବ୍ୟସାଚି ତାଙ୍କର ମଙ୍ଗଳସୂତ୍ର ବିଜ୍ଞାପନ ପ୍ରତ୍ୟାହାର କରି ନେଇଛନ୍ତି। ସେ ରବିବାର ଦିନ ନିଜର ବିଜ୍ଞାପନ ପ୍ରତ୍ୟାହାର କରି କହିଛନ୍ତି, ‘ବିଜ୍ଞାପନ ଦ୍ୱାରା ସମାଜର ଏକ ବର୍ଗକୁ ମିଳିଥିବା କଷ୍ଟ ପାଇଁ ମୁଁ ଦୁଃଖିତ।’ ସବ୍ୟସାଚୀ ଇନଷ୍ଟାଗ୍ରାମରେ ଲେଖିଛନ୍ତି, ‘ଐତିହ୍ୟ ଏବଂ ସଂସ୍କୃତି ଉପରେ ଜାରି ଆଲୋଚନା ପୃଷ୍ଠଭୂମିରେ ମଙ୍ଗଳସୁତ୍ର ଅଭିଯାନର ଉଦ୍ଦେଶ୍ୟ ସମାବେଶିତା ଏବଂ ସଶକ୍ତିକରଣ ବିଷୟରେ କହିବାର ଥିଲା। ଏହି ଅଭିଯାନର ଉଦ୍ଦେଶ୍ୟ ଥିଲା ଉତ୍ସବ ପାଳନ କରିବା ଏବଂ ଆମେ ଗଭୀର ଦୁଃଖିତ ଯେ ଏହି କାରଣରୁ ଆମ ସମାଜର ଏକ ବର୍ଗ କ୍ଷତିଗ୍ରସ୍ତ ହୋଇଛି। ସେଥିପାଇଁ ଆମେ ଏହି ଅଭିଯାନ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛୁ। ‘