Odia News Portal

୫୬ ବର୍ଷରେ ପାଦ ଦେଲେ ଭାଇଜାନ

୫୬ ବର୍ଷରେ ପାଦ ଥାପିଲେ ଭାଇଜାନ। ନିଜର ୫୬ତମ ଜନ୍ମଦିନକୁ ଧୂମଧାମରେ ସେଲିବ୍ରେଟ କରୁଛନ୍ତି ଦବଙ୍ଗଖାନ । ଗତକାଲି ସଲମାନଙ୍କ ଫାର୍ମ ହାଉସରେ ପାର୍ଟିର ଆୟୋଜନ କରାଯାଇଥିଲା । ସଲମାନଙ୍କ ବର୍ଥଡ଼େ ଓ୍ଵିସ୍ କରିବାକୁ ତାଙ୍କ ଫାର୍ମ ହାଉସ୍ ବାହାରେ ଜମିଥିଲା ଫ୍ୟାନଙ୍କ ଭିଡ଼ ।
ସୂଚନାଯୋଗ୍ୟ, ବଡ ଦିନ ପାଳନ ସମୟରେ ସଲମାନ୍ ଖାନ୍ଙ୍କୁ କାମୁଡ଼ି ଥିଲା ସାପ। ପନବେଲ ସ୍ଥିତ ଫାର୍ମ ହାଉସ୍ରେ ଶନିବାର ବିଳମ୍ବିତ ରାତିରେ ଏକ ସାପ ସଲମାନ୍ଙ୍କୁ କାମୁଡ଼ି ଦେଇଥିବା ଜଣାପଡଇଥିଲା। ପରିବାର ଲୋକେ ତାଙ୍କୁ ମୁମ୍ବାଇର କାମୋଠେ ଅଞ୍ଚଳରେ ଥିବା ମହାତ୍ମାଗାନ୍ଧୀ ମିଶନ ହସ୍ପିଟାଲ ରେ ଭର୍ତ୍ତି କରିଥିଲେ। କିନ୍ତୁ ଡାକ୍ତର ସେଠାରେ ଯାଞ୍ଚ ପରେ ଜାଣିଥିଲେ ଯେ ସଲମାନ୍ଙ୍କୁ ଏକ ବିଷ ନଥିବା ସାପ କାମୁଡ଼ିଛି। ଫଳରେ ତାଙ୍କ ଉପରେ ଏତେଟା ପ୍ରଭାବ ପଡ଼ିନଥିଲା।
ଚିକିତ୍ସା ପରେ ଭାଇଜାନଘରକୁ ଫେରିଥିଲେ। ଏବେ ସଲମାନ୍ ସୁସ୍ଥ ଅନୁଭବ କରିବା ପରେ ନିଜର ଜନ୍ମଦିନ ପାଳନ କରିଛନ୍ତି। ଫାର୍ମ ହାଉସରେ ପାର୍ଟିର ଆୟୋଜନ କରିବା ସହ ନିଜ ବନ୍ଧୁ ଓ ପରିବାର ଲୋକଙ୍କ ସହ ଖୁବ୍ ମସ୍ତି କରିଛନ୍ତି।
ତେବେ ସଲମାନ୍ଙ୍କୁ ସାପ କାମୁଡ଼ିବା କଥା ଫ୍ୟାନ୍ମାନେ ଜାଣିବା ପରେ ତାଙ୍କ ଆଶୁ ଆରୋଗ୍ୟ କାମନା କରିବା ସହିତ ଶୀଘ୍ର ସୁସ୍ଥ ହୁଅନ୍ତୁ ବୋଲି ଭଗବାନଙ୍କୁ ପ୍ରାର୍ଥନା କରିଛନ୍ତି। ଏହାସହିତ ବର୍ଥଡ଼େ ଓ୍ଵିସ୍ କରି ଅନେକ ଶୁଭକାମନା ଜଣାଇଛନ୍ତି।