Odia News Portal

ରାଜକୀୟ ଷ୍ଟାଇଲରେ ବାହାରିବ ସିଦ୍ଧାର୍ଥଙ୍କ ବରଯାତ୍ରୀ

ବଲିଉଡ୍‌ ପ୍ରେମୀଙ୍କ ପାଇଁ ଆଜି ଏକ ଖାସ୍‌ ଦିନ। କାରଣ, ଆଜି ହେଉଛି ବଲିଉଡ୍‌ ଷ୍ଟାର୍ସ ସିଦ୍ଧାର୍ଥ ମଲହୋତ୍ରା ଓ କିୟାରା ଆଡ୍‌ଭାଣୀଙ୍କ ବିବାହ। ଦୁହିଁଙ୍କ ଫ୍ୟାନ୍‌ମାନେ ସକାଳୁ ବରକନ୍ୟାଙ୍କ ପ୍ରଥମ ଝଲକ ପାଇବାକୁ ଅପେକ୍ଷା କରିଛନ୍ତି। ଜୈସଲମେରର ସୂର୍ଯ୍ୟଗଡ଼ ପ୍ୟାଲେସରେ ସକାଳୁ ବଲିଉଡ୍‌ରୁ ନେଇ ଦେଶର ବଡ଼ ସେଲିବ୍ରିଟିଙ୍କ ପର୍ଯ୍ୟନ୍ତ, ସମସ୍ତଙ୍କ ଗହଳି ଲାଗିଛି। ଏହି ରୟାଲ େଓ୍ଵଡିଂରେ ଅତିଥିମାନେ ମଧ୍ୟ ବହୁତ ଖାସ୍‌ ରହିଛନ୍ତି। ଏହାରି ଭିତରେ ଏବେ ସିଦ୍ଧାର୍ଥଙ୍କ ବରଯାତ୍ରୀ ପ୍ରସ୍ତୁତିର ଭିଡିଓ ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି।

ଆଜି ବି-ଟାଉନ୍‌ର ଦୁଇଜଣ ଷ୍ଟାର୍‌ ପରସ୍ପରର ଜୀବନସାଥୀ ହେବାକୁ ଯାଉଛନ୍ତି। ଲଗାତାର ବିବାହ ପ୍ରସ୍ତୁତିର ଭିଡିଓଗୁଡ଼ିକ ସୋସିଆଲ ମିଡିଆରେ ଛାଇ ରହିଛି। ଏଠାରେ ଆମେ ଆପଣଙ୍କୁ ସୂର୍ଯ୍ୟଗଡ଼ ପ୍ୟାଲେସରୁ ସାମ୍ନାକୁ ଆସିଥିବା ଏମିତି ହିଁ କିଛି ଝଲକ୍‌ ଦେଖାଇବାକୁ ଯାଉଛୁ।

କିୟାରା ଓ ସିଦ୍ଧାର୍ଥଙ୍କ ବିବାହରେ ଖାଦ୍ୟର ମେନୁକୁ ମଧ୍ୟ ବହୁତ ଖାସ୍‌ ରଖାଯାଇଛି। ବିବାହରେ ଅତିଥିମାନଙ୍କୁ ୧୦ ଦେଶର ୧୦୦ରୁ ଅଧିକ ବ୍ୟଞ୍ଜନ ପରସାଯିବ। ମେନୁରେ ରହିଛି ଇଟାଲିୟନ୍‌, ଚାଇନିଜ୍‌, ଆମେରିକାନ୍‌, ସାଉଥ୍‌ ଇଣ୍ଡିଆନ, ମ୍ୟାକ୍ସିକାନ, ରାଜସ୍ଥାନୀ, ପଞ୍ଜାବୀ ଏବଂ ଗୁଜରାଟି ବ୍ୟଞ୍ଜନ। ମିଠାରେ ଜୈସଲମେରର ଘୋଟଓ୍ଵନ ଲଡ଼ୁକୁ ମଧ୍ୟ ସାମିଲ କରାଯାଇଛି।