Odia News Portal

କ୍ୟାଟ୍ରିନା –ଭିକିଙ୍କ ବିବାହକୁ ପରିହାସ


କିଛି ଦିନ ହେବ ଚର୍ଚ୍ଚାରେ ଅଛନ୍ତି ଭିକି କୌଶଲ ଏବଂ କାଟ୍ରିନା କୈଫ । ବିବାହକୁ ନେଇ ଚର୍ଚ୍ଚାରେ ଅଛନ୍ତି ଭିକି-କାଟ୍ରିନା । ତେବେ ଭିକି-କାଟ୍ରିନାଙ୍କ ବିବାହକୁ ନେଇ ଉପହାସ କରିଛନ୍ତି କମେଡିଆନ ସୁଗନ୍ଧା ମିଶ୍ର ଓ ତାଙ୍କ ସ୍ୱାମୀ ସଙ୍କେତ ଭୋସଲେ । ଉଭୟ ସୁଗନ୍ଧା ଓ ସଙ୍କେତ ସୋସିଆଲ ମିଡିଆରେ ମଜାଦାର ଭିଡିଓ ପୋଷ୍ଟ କରି ପ୍ରଶଂସକଙ୍କ ମନୋରଞ୍ଜନ କରିଥାନ୍ତି । ସୁଗନ୍ଧା ମିଶ୍ର ନିକଟରେ ଏକ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ଯେଉଁ ଭିଡିଓରେ ସେ ଓ ସଙ୍କେତ ଉଭୟ ଭିକି କୌଶଲ ଓ କାଟ୍ରିନା କୈଫଙ୍କ ବିବାହକୁ ନେଇ ଉପହାସ କରିଛନ୍ତି । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି ।