Odia News Portal

‘ଇୟର୍ ଇନ୍ ରିଭ୍ୟୁ ୨୦୧୯ ଲିଷ୍ଟ୍’ ରେ ସଲ୍ମାନ୍ ଓ ସନ୍ନି

ଭୁବନେଶ୍ୱର () ‘ୟାହୁ ଇଣ୍ଡିଆ’ର ‘ଇୟର୍ ଇନ୍ ରିଭ୍ୟୁ ୨୦୧୯ ଲିଷ୍ଟ୍’ ସାମ୍ନାକୁ ଆସିଛି। ଏଥିରେ ଇଣ୍ଟରନେଟ୍ରେ ସବୁଠୁ ଅଧିକ ସର୍ଚ୍ଚ ହୋଇଥିବା ବଲିଉଡ୍ ସେଲେବ୍ରିଟି ‘ଦବଙ୍ଗ ଖାନ୍’ ସଲ୍ମାନ୍ ଓ ହଟ୍ ନାୟିକା ସନ୍ନି ଲିଓନ ଙ୍କ ନାଁ ସାମ୍ନାକୁ ଆସିଛି।

ତାଲିକା ଅନୁୟାୟୀ, ଚଳିତ ବର୍ଷ ଇଣ୍ଟର୍ନେଟ୍ରେ ସଲ୍ମାନ୍ ଓ ସନ୍ନିଙ୍କୁ ଲୋକମାନେ ସବୁଠୁ ଅଧିକ ଥର ସର୍ଚ୍ଚ କରିଛନ୍ତି।

ପୁରୁଷ ସେଲେବ୍ରିଟିଙ୍କର କ୍ଷେତ୍ରରେ ସଲ୍ମାନ୍ଙ୍କ ପରେ ଏହି ତାଲିକାରେ ଦ୍ୱିତୀୟ ନମ୍ବରରେ ରହିଛନ୍ତି ବଲିଉଡ୍ର ମହାନାୟକ ଅମିତାଭ ବଚ୍ଚନ। ସେହିପରି ତୃତୀୟ ନମ୍ବରରେ ଅକ୍ଷୟ କୁମାର ଅଛନ୍ତି।

ଅନ୍ୟପକ୍ଷରେ ସନ୍ନି ଲିଓନ ୨୦୨୯ର ସବୁଠୁ ଅଧିକ ସର୍ଚ୍ଚ ହୋଇଥିବା ମହିଳା ସେଲେବ୍ରିଟିଙ୍କ ତାଲିକାରେ ନମ୍ବର ୱାନ୍ରେ ରହିଛନ୍ତି। ସେହିପରି ପ୍ରିୟଙ୍କା ଚୋପ୍ରା ଦ୍ୱିତୀୟ ସ୍ଥାନରେ ଥିବାବେଳେ ରାକ୍ଷୀ ସାୱନ୍ତ ତୃତୀୟ ଓ ଦୀପିକା ପାଦୁକୋନ ଚତୁର୍ଥ ସ୍ଥାନରେ ରହିଛନ୍ତି।