Odia News Portal

ଜାଣନ୍ତୁ ରାଜ କୁନ୍ଦ୍ରାଙ୍କ ସମ୍ପର୍କରେ କିଛି ଅଜଣା କଥା

ମୁମ୍ବାଇ: ଅଶ୍ଲୀଳ ଭିଡିଓ ବନାଉଥିବା ମାମଲାରେ ଜେଲରେ ଅଛନ୍ତି ବିଶିଷ୍ଟ ଶିଳ୍ପପତି ତଥା ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରା । ଗିରଫ ହେବା ପରେ ଏବେ ଚର୍ଚ୍ଚା ଘନେଇବାରେ ଲାଗିଛି । ଦୀର୍ଘଦିନ ହେବ ଏହି ବ୍ୟବସାୟ କରୁଥିଲେ ସୁଦ୍ଧା କେମିତି କେହି ଜାଣିପାରୁନ ଥିଲେ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ତେବେ ଏତେ ବଡ଼ ଶିଳ୍ପପତି ବୋଲାଉଥିବା ରାଜ କୁନ୍ଦ୍ରାଙ୍କ ପରିବାର ଗରିବ ଥିଲା । ଯାହାକି ସେ ଏକ ସାକ୍ଷାତକାରରେ କହିଥିଲେ ।

ରାଜଙ୍କ ବାପା ଇଂଲଣ୍ଡରେ ରହୁଥିଲେ । ସେ ସେଠାରେ ବସରେ କଣ୍ଟକ୍ଟର ଭାବେ କାମ କରୁଥିଲେ । ଗରିବ ପରିବାର ହୋଇଥିବାରୁ ରାଜଙ୍କ ମା ମଧ୍ୟ ଏକ ଗରୋଇ କମ୍ପାନୀରେ କାମ କରୁଥିଲେ । ରାଜ ଜନ୍ମ ହେବା ଆଗରେ ସେମାନେ ଇଂଲଣ୍ଡ ରହୁଥିଲେ । ତେବେ ପରବର୍ତ୍ତୀ ସମୟରେ ରାଜଙ୍କ ବାପା ଏକ ବିଜନେଓ ଆରମ୍ଭ କରିଥିଲେ । ଏହାପରେ ଧିରେ ଧିରେ ସେମାନେ ଧନୀ ହେବାକୁ ଲାଗିଥିଲେ । ପରବର୍ତ୍ତୀ ସମୟରେ ରାଜ ମଧ୍ୟ ପାଠପଢ଼ା ଛାଡି ବାପାଙ୍କ ବ୍ୟବସାୟରେ ସହଯୋଗ କରି ଆଜି ପ୍ରତିଷ୍ଠିତ ହୋଇ ପାରିଛନ୍ତି । ତେବେ ସେ ସାକ୍ଷାତକାରରେ କହିଥିଲେ କି, ମୁଁ ଗରିବିକୁ ଘୃଣା କରେ ।

ତେବେ ରାଜ କୁନ୍ଦ୍ରା ୨୦୧୯ରୁ ଏହି ଅଶ୍ଳୀଳ ଭିଡିଓ ବନାଉଥିବା ଜଣା ପଡିଛି । ସେ ୧୦୦ରୁ ଅଧିକ ଭିଡିଓ ବନେଇ ବହୁତ ଟଙ୍କା ଉପାର୍ଜନ କରିଛନ୍ତି । ବାହାର ଦେଶରେ ଏହି ଭିଡିଓ ବିକ୍ରି କରୁଥିଲେ । ଏପରିରି ବହୁ ୧୮ ବର୍ଷରୁ କମ ଝିଅଙ୍କୁ ଏହି କାର୍ଯ୍ୟରେ ଲଗାଉଥିବା ମଧ୍ୟ ଜଣାପଡିଛି । ତେବେ ଆସନ୍ତା ୨୭ ପର୍ଯ୍ୟନ୍ତ ରାଜଙ୍କ ବେଲ ହୋଇପାରିବ ନାହିଁ ସୂଚନା ମିଳିଛି ।