Odia News Portal

ଟିମ୍ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଲେ ବିରୁଷ୍କା

ମୁମ୍ବାଇ: ବ୍ରିସବେନର ଚତୁର୍ଥ ଓ ଅନ୍ତିମ ଟେଷ୍ଟରେ ଭାରତ ଅଷ୍ଟ୍ରେଲିଆକୁ ୩ଟି ୱିକେଟରେ ପରାସ୍ତ କରିଛି। ଟିମ୍ ଇଣ୍ଡିଆ ୪ଟି ମ୍ୟାଚରେ ଏହି ସିରିଜ୍ ଜିତି ଟ୍ରଫି ନିଜ ନାଁ’ରେ କରିଛି । ଭାରତୀୟ ଦଳ ୨-୧ରେ ମ୍ୟାଚ ଜିତିଛି। ଗାବାରେ ଭାରତର ଏହା ପ୍ରଥମ ଟେଷ୍ଟ ବିଜୟ । ଏହି ଐତିହାସିକ ବିଜୟ ପରେ ଭାରତୀୟ ଦଳକୁ ସବୁକ୍ଷେତ୍ରରୁ ଶୁଭେଚ୍ଛାର ସୁଅ ଛୁଟୁଛି । ତେବେ ଭାରତୀୟ ଦଳର ଏହି ଜିତରେ ଅଧିନାୟକ ବିରାଟ କୋହଲିଙ୍କ ପତ୍ନୀ ଅନୁଷ୍କା ଶର୍ମା ମଧ୍ୟ ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି। ଶୁଭେଚ୍ଛା ଜଣାଇ ସେ ଲେଖିଛନ୍ତି, “ ବିଜୟ ଟିମ ଇଣ୍ଡିଆ. ବର୍ଷ ବର୍ଷ ଧରି ମନେ ରହିବ ଏହି ଐତିହାସିକ ବିଜୟ” |

ଅଧିନାୟକ କୋହଲି ମଧ୍ୟ ସୋସିଆଲ ମିଡ଼ିଆରେ ଲେଖିଛନ୍ତି, “କି ଜବରଦସ୍ତ ବିଜୟ। ଏଡିଲେଡ୍ ପରେ ଯେଉଁମାନେ ଆମକୁ ସନ୍ଦେହ କରୁଥିଲ, ଛିଡା ହୋଇ ଦେଖ, ଏହି ଆକର୍ଷଣୀୟ ପ୍ରଦର୍ଶନ। ପୁରା ସିରିଜରେ ଯେଉଁ ଦୃଢସଂକଳ୍ପ ଓ ଇଛାଶକ୍ତି ଥିଲା ତାହା ଅଲଗା ପ୍ରକାର ଥିଲା। ପୁରା ଟିମକୁ ଅନେକ ଅନେକ ଶୁଭେଚ୍ଛା। ବନ୍ଧୁମାନେ, ଏହି ଐତିହାସିକ ବିଜୟର ଉତ୍ସବ ପାଳନ କର।”