Odia News Portal

ବର୍ଷା ପାଇଁ ଚିନ୍ତାରେ ଚାଷୀ


ବାତ୍ୟା ନୁହେଁ ଏବେ ବର୍ଷା ଟେନସନ । ଚାଷୀଙ୍କ ଦୁଃଖ ଏବେ ଦୁଇଗୁଣା ହେଲାଣି । ପ୍ରଥମେ ବିଳମ୍ବିତ ମୌସୁମୀ ବର୍ଷା ପରେ ପୁଣି ପୋକ ଦାଉରୁ ଚାଷକୁ ବଞ୍ଚାଇବାର ଆପ୍ରାଣ ଉଦ୍ୟମ । କିନ୍ତୁ ଏବେ ପାଣିରେ ପଡିଲା ବର୍ଷକର କ୍ଷେତ । ବାତ୍ୟା ତ ଗଲା କିନ୍ତୁ ବର୍ଷା ବର୍ଷକର ପରିଶ୍ରମକୁ ପାଣିରେ ଭସାଇ ନେଉଛି ।
ଜୱାଦ ପ୍ରଭାବରେ ଭଦ୍ରକ ଜିଲ୍ଲାରେ ଶନିବାର ଠାରୁ ଲଗାଣ ବର୍ଷା ହେଉଛି । ମୁଷଳ ଧାରାରେ ବର୍ଷା ହେଉନାହିଁ ସତ, କିନ୍ତୁ ଝିପିଝିପି ବର୍ଷା ଚାଷ କ୍ଷେତକୁ ବିପଦ ରେ ପକାଇଛି
ଚାଷୀ ଅମଳକୁ ସୁରକ୍ଷିତ ରଖିବା ପାଇଁ ଯଥେଷ୍ଟ ସମୟ ପାଇନାହାନ୍ତି । ଦର ପାଚିଲା ଧାନ କାଟି ନେଇଛନ୍ତି । ଅନେକ ତ ବିଲରୁ ଧାନ କାଟି ପଞ୍ଝା ମାରିଛନ୍ତି କିନ୍ତୁ ସବୁ ତକ ବିଲରେ ଭିଜୁଛି । ଧାନ ବିଲରେ ପାଣି ଜମି ଧାନ ଶୋଇ ମାଟିରେ ଲୋଟିଲାଣି । ଆଉ ଏବେ କିଛି ଉପାୟ ନ ପାଇ ବର୍ଷାରେ ଛତା ଧରି ଚାଷୀ କେବଳ ବିଲ ମୁଣ୍ଡରେ ବୁଲୁଛନ୍ତି ।