Odia News Portal

ଡକାୟତି ଯୋଜନା ପଣ୍ଡ ତିନି ଡ଼କାୟତ ଗିରଫ

ଚନ୍ଦନପୁର ପୋଲିସ ର ଚଡାଉ ଡକାୟତି ଯୋଜନା ପଣ୍ଡ ତିନି ଡ଼କାୟତ ଗିରଫ ଦୁଇ ଫେରାର।ପିଷ୍ଟଲ, କଟୁରି ବମ ତିଆରି ସାମଗ୍ରୀ ଓ ବ୍ୟବହୃତ ନିଶା ଜିନିଷ ଜବତ।ସୂଚନା ମୁତାବକ ଗତକାଲି ବିଳମ୍ବିତ ରାତ୍ରିରେ ଟେଣ୍ଟପୁରା ଛକ ନିକଟରେ ଏକ ଘର ଭିତରେ ହାଇୱେ ଉପରେ ଡକାୟତି ଯୋଜନା କରୁଥିବା ବେଳେ ଚନ୍ଦନପୁର ଥାନା ଅଧିକାରୀଙ୍କ ନିର୍ଦେଶ କ୍ରମେ ଏକ ଟିମ ଉକ୍ତ ଘର ଉପରେ ଚଡଆଉ କରି ପୁରୀ ସଦର ବିର ହରେକୃଷ୍ଣ ପୁର ବସ୍ତିଆ ସାହିର ପ୍ରମୋଦ ବସ୍ତିଆ ବୟସ-୩୪,ଚନ୍ଦନପୁର ଜାନକୀଦେଇପୁର ଅଞ୍ଚଳର ବିପିନ ଦାସ ବୟସ-୨୮ ଓ ଚନ୍ଦନପୁର ଜଳକାବାର ଅଞ୍ଚଳର ଦୀପକ ରାଉତ ବୟସ-୨୪ ଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଦୁଇଜଣ ଖସିଯିବାରେ ସଫଳ ହୋଇଛନ୍ତି।ତେବେ ଅଭିଯୁକ୍ତ ମାନଙ୍କ ଠାରୁ ଗୋଟିଏ ପିଷ୍ଟଲ, ଗୋଟିଏ କଟୁରି,ବମ ତିଆରି ସାମଗ୍ରୀ ଓ ନମ୍ବର ନଥିବା ଗୋଟିଏ ବଯାଜ ପଲସର ଓ ଗୋଟିଏ ସ୍କୁଟି ଜବତ କରି ଚନ୍ଦନପୁର ଥାନା କେଶ ନମ୍ବର୩୬୮/୨୧ ଦଫା ୩୯୯/୪୦୨/୩୫୩/୩୦୭/୫୦୬/୨୫/୨୭ ବକ୍ସଜ୍ଞଗ୍ଦ ବମଗ୍ଧ/ଗ୍ଦରମ ୩ଌ୪ ରେ ମାମଲା ରୁଜୁକରି କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି।