Odia News Portal

ଦୀର୍ଘ ସମୟ କମ୍ପ୍ୟୁଟର କିମ୍ବା ଲାପଟପ୍କୁ ଚାହିଁ ରହୁଛନ୍ତି କି? ତାହେଲେ ସାବଧାନ

ଦୀର୍ଘ ସମୟ ଧରି କମ୍ପ୍ୟୁଟର କିମ୍ବା ଲାପଟପ୍ ସାମ୍ନାରେ ବସୁଥିଲେ ସାବଧାନ । ଆପଣଙ୍କ ଆଖି ପାଇଁ ଆଣିପାରେ ବଡ ବିପଦ । ଆଇଟି କ୍ଷେତ୍ର, ଛାତ୍ରଛାତ୍ରୀ ଓ କର୍ମଜୀବୀମାନେ ଅଧିକ ସମୟ କମ୍ପ୍ୟୁଟର ସାମ୍ନାରେ ବସି ରହିଥାନ୍ତି । ତେଣୁ ଅଜାଣତରେ ସେମାନେ କିଭଳି ଏକ ସ୍ୱାସ୍ଥ୍ୟ ସମସ୍ୟାର ସାମ୍ନା କରିବାକୁ ଯାଉଛନ୍ତି ତାହା ଜାଣି ପାରୁନାହାନ୍ତି । ଚିକିତ୍ସା ବିଜ୍ଞାନୀଙ୍କ ମତରେ କମ୍ପ୍ୟୁଟର କିମ୍ବା ଲାପଟପ୍ ସାମ୍ନାରେ ବସିବା ଫଳରେ ଦୀର୍ଘ ସମୟ ଧରି ଆଖିର ପତା ପଡିନଥାଏ । ଏହାଦ୍ୱାରା ଆଖିର ଲୁବ୍ରିକେସନ୍ କମିଯାଏ ଅର୍ଥାତ୍ ଆଖି ଶୁଖିଲା ହୋଇଯାଏ । ଏହାଦ୍ୱାରା ଆଖିରେ ଯନ୍ତ୍ରଣା ହେବା, ଦୃଷ୍ଟିଶକ୍ତି କମିଯିବା ଭଳି ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ ଦେଖା ଦେଇଥାଏ ବୋଲି ଚିକିତ୍ସା ବିଜ୍ଞାନୀଙ୍କ ମତ ।

 ଏକକାଳୀନ ଦୀର୍ଘ ସମୟ କମ୍ପ୍ୟୁଟର ଆଗରେ ବସିରହିଲେ ବିପଦ
– ଦୀର୍ଘ ସମୟ କମ୍ପ୍ୟୁଟରକୁ ଚାହିଁରହିଲେ ଆଖିର ପତା ପଡିନଥାଏ
– ଆଖିର ପତା ନପଡିଲେ ଆଖି ଶୁଖିଲା ହୋଇଯାଏ
– ଲୁହ ନଝରିବା ଫଳରେ ଆଖିରେ ଯନ୍ତ୍ରଣା ଅନୁଭବ ହୁଏ
– ଆଖିରେ ବାରମ୍ବାର ପଲକ ପଡିଲେ ଏଥିରେ ଜଳୀୟ ଅଂଶ ସୃଷ୍ଟି ହୁଏ
– ଦୀର୍ଘ ସମୟ କମ୍ପ୍ୟୁଟର, ଲାପଟପ ସ୍କ୍ରିନକୁ ଚାହିଁ ରହିଲେ ଆଖି ପତା ପଡେନାହିଁ
– ତେଣୁ ଦୀର୍ଘ ସମୟଧରି ସ୍କ୍ରିନକୁ ଚାହିଁ ରହିବା ବିପଦ ବଢାଇପାରେ
– ସାଧାରଣତଃ ଆମ ଆଖି ପତା ଗୋଟିଏ ମିନିଟରେ ୧୨ ଥର ପଡିଥାଏ
– ହେଲେ ସ୍କ୍ରିନକୁ ଚାହିଁ ରହୁଥିବା ଲୋକଙ୍କ ଆଖି ପତା ୭ରୁ ୮ ଥର ପଡେ
– ଆଖିରେ ଥିବା ଲାକ୍ରିମାଲ ଗ୍ଲାଣ୍ଡରୁ ଲୁହ ଝରିଥାଏ
– ବ୍ୟକ୍ତିଙ୍କ ଆଖି ପତା ପଡିଲେ ଉପର ଆଖି ପତାରୁ ଲୁହ ଝରିଥାଏ
– ଲୁହ ନଝରିଲେ ଡ୍ରାଏ ଆଇ ସିଣ୍ଡ୍ରୋମ ଦେଖାଦିଏ
– ଡାଏବେଟିସ ରୋଗୀଙ୍କ ନିକଟରେ ଏହି ସ୍ୱାସ୍ଥ୍ୟ ସମସ୍ୟା ଅଧିକ ରୁହେ
– ଆଖିରେ ଯନ୍ତ୍ରଣା ହେଲେ ଡାକ୍ତର ଆଇ ଡ୍ରପ ପକାଇବାକୁ କହିଥାନ୍ତି
– କିନ୍ତୁ ଦୀର୍ଘ ସମୟ କମ୍ପ୍ୟୁଟର ସାମ୍ନାରେ ନବସିବା ଉଚିତ୍
– ମଝିରେ ମଝିରେ କାମରୁ ବିରତି ନେଇ କମ୍ପ୍ୟୁଟର ସାମ୍ନାରୁ ଉଠିଗଲେ ଭଲ