Odia News Portal

ବୈଷୟିକ ଶିକ୍ଷାରେ ପଛୁଆ ବର୍ଗ ଙ୍କୁ ମିଳିବ ସଂରକ୍ଷଣ

ପଛୁଆ ବର୍ଗଙ୍କ ପାଇଁ ବୈଷୟିକ ଶିକ୍ଷା ରେ 11.25 ସଂରକ୍ଷଣ ବ୍ୟବସ୍ଥା ଲାଗୁ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ସ୍ପଷ୍ଟ କରିଛନ୍ତି l

ରାଜ୍ୟ ସରକାର ଙ୍କ ବର୍ଷ ପୂର୍ତ୍ତି ପାଳନ ଆବସର ରେ ଭୁବନେଶ୍ୱର ଠାରେ ଅନୁଷ୍ଠିତ ସାମ୍ବାଦିକ ସମିଳନୀ ରେ ଏକ ପ୍ରଶ୍ନ ର ଉତ୍ତର ଦେଇ ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି l

ଏହି ନିଷ୍ପତି ଚଳିତ ବର୍ଷ ରୁ ହିଁ ଲାଗୁ କରାଯିବ ଏବଂ ଏଥି ସହ ଆଉ କିଛି କାର୍ଯ୍ୟକ୍ରମ କରାଯିବ ବୋଲି ସେ ସୂଚନା ଦେଇଛନ୍ତି l

ଲୋକୟିତ ନିଯୁକ୍ତି ବିଳମ୍ବ ସମ୍ପର୍କ ରେ ସାମ୍ବାଦିକ ମାନଙ୍କ ପ୍ରଶ୍ନ ର ଉତ୍ତର ଦେଇ ସେ କହିଛନ୍ତି ଯେ ଏ ସମ୍ପର୍କ ରେ ସମସ୍ତ କାର୍ଯ୍ୟକ୍ରମ ହୋଇଛି ଏବଂ ଖୁବ ଶୀଘ୍ର ସେ ସମ୍ପର୍କ ରେ ନିଷ୍ପତ୍ତି ନିଆଯିବ l

ଗତ ଏକ ବର୍ଷ ର ସରକାର ଙ୍କ ପ୍ରତିଶୃତି ର ସଫଳତାକୁ ଆପଣ 10 ନମ୍ବର ରୁ କେତେ ନମ୍ବର ଦେବେ ବୋଲି ଏକ ପ୍ରଶ୍ନ ର ଉତ୍ତର ଦେଇ ମୁଖମନ୍ତ୍ରୀ କହିଲେ ଯେ ମୁ ନିଜେ ପରୀକ୍ଷାର୍ଥୀ ମୁ ମୋ ଇଚ୍ଛା ଆନୁସାରେ ଅଧିକ ନମ୍ବର ଦେଇ ପ୍ରଥମ ଶ୍ରେଣୀ କୁ ଉତୀର୍ଣ୍ଣ ହେବା ଠିକ ନା ତାର ମୂଲ୍ୟାୟନ କରିବା ଉଚତ ବୋଲି ସେ ଓଲଟା ପ୍ରଶ୍ନ କରିଥିଲେ l

ପଶ୍ଚିମ ବଙ୍ଗ ସରକାର ଦିଘା କୁ ଜଗନ୍ନାଥ ଧାମ ଆଖ୍ୟା ଦେବା ସମ୍ପର୍କ ରେ ଆପଣ ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଙ୍କୁ ଏହାର ପ୍ରତିବାଦ କରି ଯେଉଁ ପତ୍ର ଦେଇଥିଲେ ତାର ଉତ୍ତର ପାଇଲେଣି କି ବୋଲି ପ୍ରଶ୍ନରେ ମୁଖ୍ୟମନ୍ତ୍ରୀ କହିଲେ ଯେ ସେ ଏ ସମ୍ପର୍କ ରେ ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ଙ୍କ ଠାରୁ କୌଣସି ଉତ୍ତର ପାଇନାହାନ୍ତି l କିନ୍ତୁ ଏ ସମ୍ପର୍କ ରେ ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ଯେଉଁ ବିବୃତି ଦେଇଛନ୍ତି ତାହା ଆମ ଦୃଷ୍ଟି କୁ ଆସିଛି l କିନ୍ତୁ ତାଙ୍କ ବିବୃତି ଓଡିଶା ପାଇଁ ଗ୍ରହଣ ଯୋଗ୍ୟ ନୁହେଁ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ l