Odia News Portal

ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି

ଧିରେ ଧିରେ ବିଜେଡିକୁ ବାଏ କହୁଛନ୍ତି ହେଭିୱେଟ୍ ନେତା । ଆକାଶଙ୍କ ପରେ ଏବେ ବିଜେଡି ଛାଡ଼ିଲେ କେନ୍ଦ୍ରାପଡ଼ା ବିଜେଡି ସାଂସଦ ଅନୁଭବ ମହାନ୍ତି । ଦଳ ଛାଡ଼ିବା ନେଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଲେଖିଲେ ଚିଠି । କାରଣ ସମ୍ପର୍କରେ ନଲେଖି ଇସ୍ତଫା ପତ୍ରକୁ ଗ୍ରହଣ କରିବାକୁ ଚିଠିରେ କରିଛନ୍ତି ଉଲ୍ଲେଖ ।

୨୦୧୯ରେ କେନ୍ଦ୍ରାପଡ଼ା ସଂସଦୀୟ କ୍ଷେତ୍ରରୁ ଲଢ଼ି ଲୋକସଭାକୁ ମନୋନୀତ ହୋଇଥିଲେ ଓଲିଉଡ ସୁପରଷ୍ଟାର ଅନୁଭବ ମହାନ୍ତି । କିନ୍ତୁ ପରେ ପରେ ପାରିବାରିକ ବିବାଦ କାରଣରୁ ଦଳୀୟ କାର୍ଯ୍ୟକ୍ରମରୁ ଦୂରେଇ ରହିଥିଲେ । ଦଳ ଭିତରେ କୋଣଠେସା ହେବା ନେଇ ଅସନ୍ତୁଷ୍ଟ ଥିଲେ ବୋଲି ଚର୍ଚ୍ଚା ହେଉଥିଲା ।

ତେବେ ଅନୁଭବଙ୍କ ଇସ୍ତଫା ବିଜେଡିକୁ ପ୍ରଭାବ ପକାଇବା ନା ନାହିଁ ତାହା ତ ସମୟ କହିବ । କିନ୍ତୁ ଅନୁଭବ ଏବେ ବିଜେପିରେ ମିଶି ପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି । କାରଣ ପୂର୍ବରୁ ବିଜେଡିରୁ ଇସ୍ତଫା ଦେଇଥିବା କଟକ ସାଂସଦ ଭର୍ତ୍ତୁହରି ବିଜେପିରେ ମିଶିଛନ୍ତି ଏହାପୂର୍ବରୁ ଅନୁଭବ ତାଙ୍କ ଘରେ ହୋଲିପର୍ବ ସେଲିବ୍ରେସନ୍ କରିଥିଲେ ଏବଂ ଭର୍ତ୍ତୃହରିଙ୍କ ଆଶୀର୍ବାଦ ନେଇଥିଲେ । ଏପରିକି ନିଜ ଫେସବୁକ ପୋଷ୍ଟରେ ଜୟ ଶ୍ରୀରାମ ଲେଖି ଚର୍ଚ୍ଚାକୁ ଆହୁରି ବଢ଼ାଇଦେଇଥିଲେ ଅନୁଭବ । ଏବେ ବିଜେଡି ଛାଡ଼ିବା ପରେ ବିଜେପିରେ ମିଶିପାରନ୍ତି ବୋଲି ରାଜନୀତି ସମୀକ୍ଷକମାନେ ମତ ରଖିଛନ୍ତି ।