Odia News Portal

ଆଜିଠୁ ଭୁବନେଶ୍ୱରରେ ତିନି ଦିନିଆ ରାଜ୍ୟ କୃଷି ମହୋତ୍ସବ

ନିଆରା ଢ଼ଙ୍ଗରେ ଏକ ଗଛରେ ପାଣି ଦେଇ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଛୋଟ ଗଛ ପ୍ରଦାନ କରାଯାଇଥିଲା । ବରମୁଣ୍ଡା ଖେଳ ପଡ଼ିଆରେ ଆରମ୍ଭ ହୋଇଛି ’କୃଷି ଓଡ଼ିଶା’ । ଆଜିଠାରୁ ତିନି ଦିନ ପର୍ଯ୍ୟନ୍ତ ଚାଲିବ ଏହି ମହୋତ୍ସବ । ଚଳିତ ବର୍ଷର ରାଜ୍ୟ କୃଷି ମହୋତ୍ସବର ଶୀର୍ଷକ ହେଉଛି ’କୃଷି ବିକାଶରେ ନୂତନ ଜ୍ଞାନ କୌଶଳ’ ।

ରାଜ୍ୟର କୋଣ ଅନୁକୋଣରୁ ଚାଷୀ ଏହି ମହୋତ୍ସବକୁ ଆସୁଛନ୍ତି । ବିଭିନ୍ନ କମ୍ପାନୀ ଦ୍ବାରା ପ୍ରଦର୍ଶିତ ହେଉଥିବା କୃଷିକ୍ଷେତ୍ରରେ ମେସିନ ଓ ଯନ୍ତ୍ରାଂଶ ସମ୍ପର୍କରେ ସେମାନଙ୍କୁ ପ୍ରଶିକ୍ଷଣ ଦିଆଯିବ । ଏହି ତିନି ଦିନ ଭିତରେ ପାରମ୍ପରିକ କୃଷି ବ୍ୟତୀତ ନୂତନ ଜ୍ଞାନ କୌଶଳରେ କିପରି ଚାଷ କରାଯିବ ଶେଷ ସମ୍ପର୍କରେ ଆଲୋଚନା ହେବ । ରାଜ୍ୟ ସରକାରଙ୍କ ବିଭିନ୍ନ କୃଷି କଲ୍ୟାଣ ଯୋଜନାର ସମୀକ୍ଷା ମଧ୍ୟ ଏହି କୃଷି ମହୋତ୍ସବରେ ହେବ । କାର୍ଯ୍ୟକ୍ରମରେ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ସୁବ୍ରତ ବାଗଚୀ, ଅରବିନ୍ଦ ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ ।