Odia News Portal

ଆଜି ପ୍ରଚାର ମଇଦାନକୁ ଓହ୍ଲାଇବେ ନବୀନ

ବିଜେଡିର ପ୍ରଚାର ମଙ୍ଗ ଧରିଥିବା ଦଳର ଏକ ନମ୍ବର ତାରକା ପ୍ରଚାରକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦକ୍ଷିଣ ଓଡ଼ିଶାରେ ପ୍ରଚାର ମଇଦାନକୁ ଓହ୍ଲାଇବେ । ଆଜି ବିଜେଡି ସୁପ୍ରିମୋ କୋରାପୁଟ, ନବରଙ୍ଗପୁର, ରାୟଗଡ଼ା ଓ ଗଜପତି ଜିଲ୍ଲାରେ ମାରାଥନ ନିର୍ବାଚନ ପ୍ରଚାର କରି ଦଳର ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରରୁ ବାହାରି ସକାଳ ୧୦ଟା ୧୦ ମିନିଟରେ ଜୟପୁର ବିମାନବନ୍ଦରରେ ପହଞ୍ଚିବେ । ସାଢେ ୧୦ରେ ମୁଖ୍ୟମନ୍ତ୍ରୀ କୋରାପୁଟରେ ଜନସଭାକୁ ସମ୍ବୋଧନ କରିବେ । ପରେ ୧୧ଟା ୪୦ ମିନିଟରେ ନବରଙ୍ଗପୁର ଯାଇ ନିର୍ବାଚନ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ। ସଭା ପରେ ନବରଙ୍ଗପୁରରେ କିଛି ସମୟ ବିଶ୍ରାମ ନେଇ ମୁଖ୍ୟମନ୍ତ୍ରୀ ରାୟଗଡ଼ା ବିଧାନସଭା କ୍ଷେତ୍ରରେ ଏକ ସାଧାରଣ ସଭାରେ ଯୋଗ ଦେବେ । ଏହାପରେ ଅପରାହ୍ନ ୫ଟାରେ ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀରେ ମଧ୍ୟ ନବୀନ ନିର୍ବାଚନ ପ୍ରଚାର କରିବା କାର୍ଯ୍ୟକ୍ରମ ରହିଛି।

ଗତମାସ ଶେଷ ସପ୍ତାହରେ ନବୀନ ପଟ୍ଟନାୟକ ଗଞ୍ଜାମ ଜିଲ୍ଲା ଗସ୍ତ କରି ନିଜ ନିର୍ବାଚନମଣ୍ଡଳୀର ହିଞ୍ଜିଳିରୁ ବିଜେଡି ପାଇଁ ବିଧିବଦ୍ଧ ନିର୍ବାଚନ ପ୍ରଚାରର ଆରମ୍ଭ କରି ହିଞ୍ଜିଳି ଓ ଶେରଗଡରେ ଜନସଭାକୁ ସମ୍ବୋଧିତ କରିଥିଲେ।