Odia News Portal

ଆଜି ଶଙ୍ଖ ଧରିଲେ ନୀଳଗିରି ବିଧାୟକ ସୁକାନ୍ତ ନାୟକ

ଆଜି ବିଜେଡିରେ ସାମିଲ ହେଲେ ନୀଳଗିରି ବିଧାୟକ ସୁକାନ୍ତ ନାୟକ । ବିଜେପିରୁ ଇସ୍ତଫା ଦେବାପରେ ହଜାର ହଜାର ସମର୍ଥକଙ୍କ ଗହଣରେ ଶଙ୍ଖଭବନରେ ପହଞ୍ଚି ବିଜେଡିରେ ଯୋଗ ଦେଇଛନ୍ତି ସୁକାନ୍ତ ନାୟକ । ଜେଡିରେ ଯୋଗ ଦେବା ପରେ ସୁକାନ୍ତ କହିଛନ୍ତି, ଆମେ ଆରମ୍ଭରୁ ବିଜୁ ବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ । କିନ୍ତୁ ଅଭିମାନରେ ୨୦୧୯ରେ ବିଜେଡି ଛାଡିଥିଲୁ ।

ଯେଉଁ ଦଳରେ ଯୋଗ ଦେଇଥିଲୁ ସେ ଦଳରେ ଆମ କର୍ମୀଙ୍କୁ ଗୁରୁତ୍ୱ ଦିଆଗଲାନି । କିନ୍ତୁ ପୁଣିଥରେ ବିଜେଡିକୁ ଫେରିବାକୁ ସୁଯୋଗ ଦେଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ । ଆମର ଘରବାହୁଡା ହୋଇଛି । ନୀଳଗିରିରେ ବିକାଶର ଧାରାକୁ ଆଗକୁ ନେବାକୁ ବିଜେଡିରେ ମିଶିଛି ।

ବିଜେପିରୁ ବିଧାୟକ ଭାବେ ନିର୍ବାଚିତ ହେବା ପୂର୍ବରୁ ୨୦୧୪ରେ ବିଜେଡି ଟିକେଟରେ ବିଧାୟକ ହୋଇଥିଲେ ସୁକାନ୍ତ । ତେବେ ୨୦୧୯ରେ ସୁକାନ୍ତଙ୍କ ଟିକେଟ କାଟିଥିଲା ବିଜେଡି । ତେଣୁ ବିଜେପିରେ ଯୋଗ ଦେବା ସହ ଟିକେଟ ନେଇ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । କିନ୍ତୁ ୨୦୨୪ ନିର୍ବାଚନ ପୂର୍ବରୁ ଘରବାହୁଡା କରିଛନ୍ତି ସୁକାନ୍ତ । ନୀଳଗିରିରୁ ପୁଣିଥରେ ସୁକାନ୍ତଙ୍କୁ ପ୍ରାର୍ଥୀ କରାଯିବା ନେଇ ବିଜେଡିର ଶୀର୍ଷ ନେତୃତ୍ୱ ଆପାତଃତ ସ୍ଥିର କରିଛନ୍ତି ।