Odia News Portal

ଆପ୍ ମନ୍ତ୍ରୀ ଆତିଶୀଙ୍କ ବିସ୍ଫୋରକ ବୟାନ; ବିଜେପିରେ ସାମିଲ୍ ନହେଲେ ଗିରଫ ଧମକ୍

 ଦିଲ୍ଲୀ ମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି ନେତ୍ରୀ ଆତିଶୀଙ୍କ ବିସ୍ଫୋରକ ବୟାନ । ବିଜେପିରେ ସାମିଲ ହେବାକୁ ତାଙ୍କୁ ଅଫର୍ ମଳିଛି । ଭାରତୀୟ ଜନତା ପାର୍ଟିରେ ଯୋଗ ନଦେଲେ ଗିରଫ କରିବ ଇଡି । ମାସେ ଭିତରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କୁ ବନ୍ଧିବ । ଏହା ସହିତ ଆପର ଆହୁରି ୪ନେତାଙ୍କୁ ଗିରଫ ପାଇଁ ଟାର୍ଗେଟ୍ କରାଯାଇଛି ବୋଲି ମନ୍ତ୍ରୀ ଆତିଶୀ ବିଜେପି ବିରୋଧରେ ସଂଙ୍ଗୀନ ଅଭିଯୋଗ ଆଣିଛନ୍ତି ।

ସାମ୍ବାଦିକ ସମ୍ମିଳନୀରେ କରି ଆତିଶୀ କହିଛନ୍ତି, ଲୋକସଭା ନିର୍ବାଚନର ଦୁଇ ମାସ ପୂର୍ବରୁ ଇଡି ଆଉ ୪ ଜଣ ଆପ୍ ନେତାଙ୍କୁ ଗିରଫ କରିବ । ଆପର ସୌରଭ ଭରଦ୍ୱାଜ, ଦୁର୍ଗେଶ ପାଠକ, ରାଘବ ଚଢ଼ା ଏବଂ ତାଙ୍କୁ ଗିରଫ କରାଯିବ । ତାଙ୍କର ଜଣେ ଘନିଷ୍ଠ ସହଯୋଗୀଙ୍କ ମାଧ୍ୟମରେ ବିଜେପି ଅଫର୍ ଦେଇଛି । ଯଦି ମୁଁ ବିଜେପିରେ ସାମିଲ ନହୁଏ, ତେବେ ଗୋଟିଏ ମାସ ମଧ୍ୟରେ ଇଡି ଗିରଫ କରିବ।” ସେ ଆହୁରି କହିଛନ୍ତି, “ଆପର ବହୁ ବରିଷ୍ଠ ନେତାଙ୍କୁ ଜେଲରେ ନେଇ ରଖିଛନ୍ତି । ସେମାନଙ୍କୁ ଲାଗୁଛି ଆପ୍ ଭାଙ୍ଗିଯାଇଛି । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀ ପରେ ଆପ୍ ଦୁର୍ବଳ ହୋଇଯାଇଛି ବୋଲି ବିଜେପି ଭାବୁଛି ବୋଲି ଆତିଶୀ କହିଛନ୍ତି ।

ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ ମାର୍ଚ୍ଚ ୨୧ ରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଗିରଫ ହୋଇଛନ୍ତି । ଇଡି ତାଙ୍କୁ ଦୁଇ ଥର ରିମାଣ୍ଡରେ ନେଇ ପଚରାଉଚରା କରିଛି। ଗତକାଲି ରିମାଣ୍ଡ ଅବଧି ସରିବା ପରେ ଏପ୍ରିଲ ୧୫ ଯାଏ ତିହାର ଜେଲ୍ ଯାଇଛନ୍ତି କେଜ୍ରିୱାଲ । ଏହି ମାମଲାରେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା କେଜ୍ରିୱାଲଙ୍କ ଘନିଷ୍ଠ ସହଯୋଗୀ ମନୀଷ ସିସୋଦିଆ ମଧ୍ୟ ଗିରଫ ହୋଇ ଜେଲରେ ଅଛନ୍ତି ।