Odia News Portal

ଆସିଲା ବିଜେଡି ପ୍ରାର୍ଥୀ ତାଲିକା; ବେଗୁନିଆରୁ ଲଢ଼ିବେ ପ୍ରଦୀପ ସାହୁ

ପ୍ରଥମେ ବିଜେପି ଆଉ ଏବେ ୩ ବିଧାନସଭା ସିଟ୍‌ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ୩ ବିଜେଡି ବିଧାନସଭା ପ୍ରାର୍ଥୀ ଘୋଷଣା କରିଛି ଦଳ। ପ୍ରାର୍ଥୀ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଖୋର୍ଦ୍ଧାରୁ ରାଜେନ୍ଦ୍ର ସାହୁ, ବେଗୁନିଆରୁ ପ୍ରଦୀପ ସାହୁ ଏବଂ ଭୋଗରାଇରୁ ଗୌତମବୁଦ୍ଧ ଦାସଙ୍କୁ ଟିକେଟ୍‌ ଦେଇଛି ଦଳ।

ଆଉ ୩ଟି ବିଧାନସଭା ପାଇଁ ବିଜେଡିର ପ୍ରାର୍ଥୀ ଘୋଷଣା ବାକି ରହିଛି। ଖଣ୍ଡପଡ଼ା, ନୀଳଗିରି ଏବଂ କୋରେଇ ପାଇଁ ପ୍ରାର୍ଥୀ ଘୋଷଣା ହୋଇନାହିଁ। ମୋଟ ୧୪୪ ସିଟ୍‌ ପାଇଁ ଦଳ ପ୍ରାର୍ଥୀ ଘୋଷଣା କରିଛି। ବିଜେଡି ତାର ସପ୍ତମ ପର୍ଯ୍ୟାୟ ତାଲିକାରେ ତିନି ସିଟିଂ ଏମ୍ଏଲ୍ଏଙ୍କ ଟିକେଟ କାଟିଥିବାବେଳେ ଦୁଇ ବିଧାୟକଙ୍କ ପତ୍ନୀଙ୍କୁ ଦେଇଛି ଟିକେଟ। କେବଳ କାକଟପୁରକୁ ଛାଡ଼ିଦେଲେ ଅନ୍ୟ ୫ ସିଟ୍‌ରେ ନୂଆ ମୁହଁକୁ ଦଳ ପ୍ରାର୍ଥୀ କରିଛି। ଆରପଟେ ବାକି ଥିବା ୬ ବିବାଦୀୟ ନିର୍ବାଚନ ମଣ୍ଡଳୀ କଣ୍ଟା ଏବେ ବିଜେଡି ତଣ୍ଟିରେ ଲାଗିଛି।