Odia News Portal

କଂଗ୍ରେସ ଛାଡିଲେ ଦୁଲାଲ ପ୍ରଧାନ

ନିର୍ବାଚନ ତାରିଖ ଯେତେ ପାଖେଇ ଆସୁଛି ବିଭିନ୍ନ ରାଜନେତାଙ୍କ ଇସ୍ତଫା ତାଲିକା ଧୀରେ ବଢିବାରେ ଲାଗିଛି । ରାଜ୍ୟର ୩ ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସରେ ଇସ୍ତଫା ଧାରା ଜାରି ରହିଛି । ଏହି କ୍ରମରେ ଆଜି ଜଣେ କଂଗ୍ରେସ ନେତା ଦଳ ଛାଡ଼ିଛନ୍ତି । କଂଗ୍ରେସରୁ ଇସ୍ତଫା ଦେଲେ ଦୁଲାଲ୍ ପ୍ରଧାନ । ଦୁଲାଲଙ୍କଠାରୁ ଟିକେଟ ଫେରାଇ ନେବା ପରେ ଦଳ ଛାଡିଲେ ଦୁଲାଲ । ଏଆଇସିସି ସଭାପତି ଖଡ୍‌ଗେଙ୍କ ନିକଟକୁ ସେ ଇସ୍ତଫା ପତ୍ର ପଠାଛନ୍ତି । ଦୁଲାଲଙ୍କୁ ସମ୍ବଲପୁର ଲୋକସଭାରୁ ପ୍ରାର୍ଥୀ କରିଥିଲା କଂଗ୍ରେସ । କାଲି ଦୁଲାଲଙ୍କୁ ବଦଳାଇ ନଗେନ୍ଦ୍ର ପ୍ରଧାନଙ୍କୁ ପ୍ରାର୍ଥୀ ଘୋଷଣା କରାଯାଇଥିଲା ।