Odia News Portal

ଖୋର୍ଦ୍ଧା ସହିତ ପାଞ୍ଚ ଜଣ ଏସପି, ଦୁଇ ଜିଲ୍ଲାପାଳ ଓ ଆଇଜିଙ୍କୁ ନିର୍ବାଚନ ଦାୟିତ୍ବରୁ ହଟାଇବାକୁ ନିର୍ଦ୍ଦେଶ

ଆଜି ଭାରତ ମୁଖ୍ୟ ନିର୍ବାଚନ କମିଶନର ଓଡିଶାର ପାଞ୍ଚ ଜଣ ଏସପି, ଦୁଇଜଣ ଜିଲ୍ଲାପାଳ ଏବଂ ଜଣେ ଆଇଜିଙ୍କୁ ବଦଳି କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏମାନଙ୍କୁ ସମସ୍ତ ନିର୍ବାଚନ ସଂପର୍କିତ କାର୍ଯ୍ୟରୁ ଦୂରେଇ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏମାନଙ୍କ ବିରୋଧରେ ଅଭିଯୋଗ ହେବା ପରେ ନିର୍ବାଚନ କମିଶନର ଏହି ନିଷ୍ପତି କରିଛି।

ଏ ନେଇ କମିଶନର ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ଜଣାଇଛନ୍ତି।

ଯେଉଁ ଜିଲ୍ଲାପାଳଙ୍କୁ ବଦଳି କରିବାକୁ ନିର୍ଦ୍ଦେଶ ଆସିଛି ସେମାନେ ହେଲେ କଟକ ଜିଲ୍ଲାପାଳ ବିନୀତ ଭରଦ୍ବାଜ, ଜଗତସିଂହପୁର ଜିଲ୍ଲାପାଳ ପରୁଳ ପତୱରୀଙ୍କ ନାମ ରହିଛି। ସେହିପରି ଖୋର୍ଦ୍ଧା ଏସପି ଯୁଗଳ କିଶୋର, ଅନୁଗୁଳ ସୁଧାଂଶୁ ମିଶ୍ର, ବ୍ରହ୍ମପୁର ଶ୍ରବଣ ବିବେକ, ରାଉରକେଲା ଏସପି ମିତ୍ରଭାନୁ ମହାପାତ୍ର, ସୁନ୍ଦରଗଡ ଏସପି କେ ଭି ସିଂ।

ସେହିପରି କେନ୍ଦ୍ରାଞ୍ଚଳ ଆଇଜି ଆଶୀଷ ସିଂଙ୍କୁ ବଦଳି କରାଇବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।